କଟକ: ଭୋକ ଉପାସରେ କୁଷ୍ଠ ଆଶ୍ରମର ୨ ଶହ ଅନ୍ତେବାସୀ । ଅସହ୍ୟ ଗୁଳୁଗୁଳିରେ ଖାଦ୍ୟ ଅପେକ୍ଷାରେ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ଶତାଧିକ ରୋଗୀ । କଟକ ନୂଆବଜାର ଗାନ୍ଧୀପଲ୍ଲୀ ସ୍ଥିତ କୁଷ୍ଠାଶ୍ରମରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ଖରା ଗରମ ସାଙ୍ଗକୁ ପେଟକୁ ଯାଇନି ଖାଦ୍ୟ । କୁଷ୍ଠ ଆଶ୍ରମର ଦୁଇ ଶହରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କୁ ଆଜି ଖାଦ୍ୟ ବଣ୍ଟନ କରାଯାଇ ନାହିଁ। ବୃଦ୍ଧାବସ୍ଥାରେ ଅଧିକ୍ଷକଙ୍କ କାର୍ଯ୍ୟଳୟ ସମ୍ମୁଖରେ ଶତାଧିକ ସଂଖ୍ୟାରେ ରୋଗୀମାନେ ଅସହ୍ୟ ଗୁଳୁଗୁଳିରେ ବସି ରହିଛନ୍ତି ଖାଦ୍ୟ ଅପେକ୍ଷାରେ । ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ରୋଗୀମାନଙ୍କୁ ଦିନକୁ ତିନି ଓଳି ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ, ବକେୟା ଏକ କୋଟି ପାଖାପାଖି ଟଙ୍କା ମିଳି ନ ଥିବାରୁ ବାଧ୍ୟ ହୋଇ ଖାଦ୍ୟ ଯୋଗାଣ ବନ୍ଦ କଲୁ ବୋଲି କହିଛି ମହିଳା ମହାସଂଘ । ଅନ୍ୟପଟେ ଅପରାହ୍ନ ସୁଦ୍ଧା କୌଣସି ସରକାରୀ ଅଧିକାରୀଙ୍କୁ ଘଟଣାସ୍ଥଳରେ ଦେଖିବାକୁ ମିଳି ନ ଥିଲା ।

