1780236435 vlcsnap 2026 05 31 19h18m23s444

କେନ୍ଦୁଝର ୩୧।୫: ଅନ୍ୟ ଜାତିକୁ ଯାଇଥିଲା ବୋଲି ଶବକୁ ଗ୍ରହଣ କଲେନି ପରିବାର ଲୋକେ । ଭରସା ପରିବାର ସହ ମିଶି ଶବଦାହ କଲେ ଫାଣ୍ଡି ଅଧିକାରୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସହରରେ । ଜଣେ ଯୁବକଙ୍କର ମୃତଦେହ ଶନିବାର ଶିରିପୁର ଗାଁରୁ ମିଳିଥିଲା । ତାପରେ ଯେତେବେଳେ ଖୋଜଖବର ନିଆଗଲା ଜଣାପଡ଼ିଲା ଯେ ସେ ଏକ ହିନ୍ଦୁ ପରିବାରର । ସେ ଦୀର୍ଘ ବର୍ଷ ଧରି ଧର୍ମ ପରିବର୍ତ୍ତନ କରିଥିଲେ । ତେଣୁ ତାଙ୍କ ଘରଲୋକ ତାଙ୍କ ମୃତଦେହ ନେବାକୁ ଅମଙ୍ଗ ହେଲେ । ଫଳରେ ପୋଲିସ ସହାୟତା ଲୋଡ଼ିଥିଲା ଭରସା ପରିବାରର । ଭରସା ପରିବାରର ସଦସ୍ୟ ମାନେ ରହିବାର ମୃତଦେହକୁ ଆଣି ଶ୍ମଶାନରେ ଦାହ କରିଛନ୍ତି ।
ପୋଲିସର ସୂଚନା ଅନୁସାରେ ଏକ ଅଚିହ୍ନା ମୃତଦେହ ଶିରିପୁର ଗାଁରୁ ମିଳିଥିଲା । ତାକୁ ଉଦ୍ଧାର କରି ପୋଲିସ ମେଡିକାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅନେକ ତନାଘନା କରିବା ପରେ ଜାଣିବା ପାଇଁ ପାଇଥିଲା ଯେ ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି କଟକ ଅଞ୍ଚଳର । ଅନେକ ଦିନ ଧରି ଅନ୍ୟ ଜାତିର ଝିଅକୁ ବିବାହ କରି କେନ୍ଦୁଝର ଠାରେ ରହୁଥିଲେ । ଏହାପରେ ପୋଲିସ ତାଙ୍କ ଘରଲୋକଙ୍କୁ ଯୋଗାଯୋଗ କରିଥିଲେ । ଯୁବକ ଯେହେତୁ ଧର୍ମ ପରିବର୍ତ୍ତନ କରି ଅନ୍ୟ ଜାତିକୁ ଆପଣେଇ ନେଇଥିଲେ ତେଣୁ ତାଙ୍କ ଘରଲୋକ କେହି ତାଙ୍କ ମୃତଦେହ ନେବା ପାଇଁ ରାଜି ହୋଇ ନ ଥିଲେ । ଶେଷରେ ଖୋଦ ପୋଲିସ ASI ଅନାମ ମହାନ୍ତ ଭରସା ପରିବାରର ସଦସ୍ୟଙ୍କ ସାହାଯ୍ୟରେ ମୃତଦେହକୁ ହିନ୍ଦୁ ରୀତିନୀତି ଅନୁସାରେ ଶ୍ମଶାନରେ ଦାହ କରିଛନ୍ତି । ଭରସା ପରିବାର ଏପର୍ଯ୍ୟନ୍ତ ଏଭଳି ୧୬୯ଟି ଶବଦାହ କରିସାରିଲାଣି।

Share