Untitled 1 copy

ଜଳେଶ୍ଵର : ବାଲେଶ୍ବର ଖଣି ବିଭାଗ ପକ୍ଷରୁ ଜଳେଶ୍ଵରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୦ଟି ହାଇଓ୍ବା ଓ ୪ଟି ଟ୍ରାକ୍ଟର ଜବତ କରାଯାଇଛି।ଜବତ ଗାଡ଼ିଗୁଡିକରେ ବାଲି,ମାଟି,ମୋରମ ବୋଝେଇ ହୋଇ ଯାଉଥିଲା ବୋଲି କୁହାଯାଇଛି।
ବାଲେଶ୍ଵର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତକାଲି ରାତି ଦୁଇଟା ସମୟରେ ବାଲେଶ୍ଵରଜିଲ୍ଲା ଖଣି ଅଧିକାରୀ ଜଗନ ବେହେରା ଓ ରୋହିତ ସାମଲଙ୍କ ନିର୍ଦ୍ଦେଶରେ କନିଷ୍ଠ ଖଣି ଅଧିକାରୀ ତାପସ ବେହେରା, ସତ୍ୟ ଚିନ୍ମୟ ଜେନାଙ୍କୁ ମିଶାଇ ମୋଟ ୫ ଜଣ କନିଷ୍ଠ ଖଣି ଅଧିକାରୀ ଦୁଇଟି ଟିମରେ ବିଭକ୍ତ ହୋଇ ଚାଳନ୍ତି ସ୍ଥିତ ବ୍ରିଜ ତଳେ ଓ ୧୬ ନମ୍ବର ଜାତୀୟ ରାଜପଥରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୋଲ ତଳୁ ୩ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିଲା। ସେହିପରି ଜାତୀୟ ରାଜପଥରୁ ମଧ୍ୟ ୮ ଟି ମୋରମ ବୋଝେଇ ହାଇଓ୍ବା ଓ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ଜବତ ଗାଡ଼ି ଗୁଡିକୁ ଲକ୍ଷ୍ମଣନାଥ ରୋର୍ଡ କୋର୍ଟ ସନ୍ନିକଟ ଷ୍ଟକ ୟାର୍ଡକୁ ନିଆଯାଇଛି।

Share