Monsoon

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୪ରେ କେରଳମ ଛୁଇଁବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪ରେ କେରଳମ୍ ଛୁଇଁବା ନେଇ ଆଇଏମଡି ଆକଳନ କରିଛି । ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଆରବସାଗର ଲାକ୍ଷାଦ୍ବୀପ ଦ୍ବୀପପୁଞ୍ଜର ବିଭିନ୍ନ ସ୍ଥାନକୁ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ରହିଛି । ତାମିଲନାଡୁର ପଶ୍ଚିମ ଏବଂ ଦକ୍ଷିଣରେ ୧୫ରୁ ଅଧିକ ଜିଲ୍ଲାରେ ବର୍ଷା ଚେତାବନୀ ଜାରି ହୋଇଛି ।

ପାଣିପାଗ ବିଭାଗ ଅନୁସାରେ, ନୀଳଗିରି, କୋୟାମ୍ବାଟୁର, ଧେନୀ, ତିରୁପୁର, ଭିଲ୍ଲୋର, ରାନୀପେଟ ଭଳି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସ୍ଥିତି ଜୁନ୍ ୭ ଯାଏଁ ରହିବ । ସେହିପରି କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିବ । ଏଥିରେ ରାଜଧାନୀ ଚେନ୍ନାଇ ମଧ୍ୟ ସାମିଲ ରହିଛି । ଉତ୍ତର ତାମିଲନାଡୁର କିଛି ଭାଗରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ବଢିବାର ସମ୍ଭାବନା ରହିଛି ।

ସେପଟେ ଉତ୍ତରପ୍ରଦେଶରେ ମଧ୍ୟ ପାଣିପାଗ ସ୍ଥିତି ବଦଳୁଛି । ଅନେକ ଜିଲ୍ଲାରେ ବର୍ଷା ଓ ପବନ ହେଉଛି । ଫଳରେ ଲୋକଙ୍କୁ କିଛି ଆଶ୍ବସ୍ତି ମିଳୁଛି । ଲକ୍ଷ୍ନୌ ସମେତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଆଶ୍ବସ୍ତି ମିଳିଛି ।

Share