ନୂଆଦିଲ୍ଲୀ : ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ଏକ ବିଲିଡିଂ ସଂପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ବିଲିଡିଂ ଭୁଶୁଡିବା ଯୋଗୁଁ ଏହା ତଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଦମକଳ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଭଗ୍ନାବଶେଷ ହଟାଇ ଆହତଙ୍କୁ ଉଦ୍ଧାର କରାଯାଉଛି ।
ସୂଚନା ମୁତାବକ, ମୁକୁନ୍ଦପୁର-୨ ଲେନ ନମ୍ବର ୧ ସ୍ଥିତି ଈଶୁ ବିହାରରେ ଘଟିଛି ଅଘଟଣ । ସିଲିଣ୍ଡର ବ୍ଲାଷ୍ଟ ଯୋଗୁଁ ବିସ୍ଫୋରଣ ହୋଇଥିଲା । ଏହି ଘର ୨୫୦ ସ୍କୋୟାର ୟାର୍ଡରେ ତିଆରି ଥିଲା । ଅଗ୍ନିଶମ ଟିମ୍ କୁ ସକାଳ ୯.୩୦ ସମୟରେ ଫୋନ ଯୋଗେ ସୂଚନା ମିଳିଥିଲା । ଘଟଣାରେ ୪-୫ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକ ତୁରନ୍ତ ଚିକିତ୍ସା ପାଇଁ ହସପିଟାଲକୁ ପଠାଇଥିଲେ । ଏହାପରେ ଦିଲ୍ଲୀ ଫାୟାର ସର୍ଭିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ ।
ଘଟଣା ସ୍ଥଳରେ ପ୍ରଶାସନ ଟିମ୍ ପହଞ୍ଚିଥିଲା । ତେବେ ଘଟଣାରେ କୌଣସି ଜନହାନି ହୋଇନାହିଁ । ପୋଲିସ କହିବା ମୁତାବକ, ଘଯଣାରେ ୬ ଜଣ ଆହତ ହୋଇଛନ୍ତି । ଏମାନଙ୍କର ଡାକ୍ତର ଚିକିତ୍ସା କରୁଛନ୍ତି । ଯେଉଁ ବିଲିଡିଂରେ ଘଟଣା ଘଟିଛି, ସେଠାରେ ବାସନକୁନ ପଲିସ କରାଯାଉଥିଲା ।

