ଦବି ଯିବା ଘଟଣା ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଏହି ପ୍ରକଳ୍ପରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିବା ସତ୍ତ୍ୱେ ସେତୁ ଓ ଏହାର ଆପ୍ରୋଚ୍ ରୋଡ୍ର ନିର୍ମାଣ ନିମ୍ନମାନର ହୋଇଥିବା ପରି ମନେହେଉଛି ।

ଭଦ୍ରକ : ଭଦ୍ରକର ଜାତୀୟ ରାଜପଥ-୧୬ର ବିଷ୍ଣୁପୁର ସେତୁର ଆପ୍ରୋଚ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ମାତ୍ର ଛଅ ମାସ ମଧ୍ୟରେ ଧସିଯାଇଛି। ଏହି ରାସ୍ତା ଦେଇ ଚଳାଚଳ କରୁଥିବା ହଜାର ହଜାର ବସ୍, ଟ୍ରକ୍ ଏବଂ ଅନ୍ୟାନ୍ୟ ଭାରୀ ଯାନବାହନ ଚଳପ୍ରଚଳ କରୁଥିବାରୁ ଧନଜୀବନ ପ୍ରତି ବିପଦ ଆଶଙ୍କା ରହିଛି।
ସୂଚନା ପାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷର ଏକ ଟିମ୍ ଦବିଯାଇଥିବା ସ୍ଥାନ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ବର୍ତ୍ତମାନ ଯାତାୟାତକୁ ଏକ ବିକଳ୍ପ ବାଇପାସ୍ ରାସ୍ତା ଦେଇ ଚଳାଚଳ କରାଯାଉଛି। ବର୍ଷା ଓ ସଙ୍ଗୀର୍ଣ୍ଣ ରାସ୍ତା ଯୋଗୁଁ ଟ୍ରାଫିକ୍ ଜାମ୍, ଯାତାୟାତରେ ବିଳମ୍ବ ଏବଂ ସାଧାରଣ ଲୋକଙ୍କୁ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।
ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦ ଦେବ ସାମଲ କହିଛନ୍ତି, ଏହି ଘଟଣାକୁ ଦୃଷ୍ଟିରେ ରଖି ସେତୁ, ଆପ୍ରୋଚ୍ ରୋଡ୍ର ନିର୍ମାଣ କାର୍ଯ୍ୟର ଏକ ସ୍ୱାଧୀନ ଓ ବୈଷୟିକ ତଦନ୍ତ କରାଯିବା, ନିମ୍ନମାନର କାର୍ଯ୍ୟ ପାଇଁ ଦାୟୀ ସଂସ୍ଥା ଓ ଠିକାଦାରଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବା ଏବଂ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ସମ୍ପନ୍ନ କରି ସାଧାରଣ ଜନତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସୁଗମ ଯାତାୟାତ ବ୍ୟବସ୍ଥା ପୁନଃସ୍ଥାପନ କରିବା ଅତ୍ୟନ୍ତ ଜରୁରୀ ବୋଲି ଦାବି କରିଛନ୍ତି ।
ଦବି ଯିବା ଘଟଣା ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଏହି ପ୍ରକଳ୍ପରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିବା ସତ୍ତ୍ୱେ ସେତୁ ଓ ଏହାର ଆପ୍ରୋଚ୍ ରୋଡ୍ର ନିର୍ମାଣ ନିମ୍ନମାନର ହୋଇଥିବା ପରି ମନେହେଉଛି ।