ଏହି ମେଲ୍‌ରେ ଧମକ ଦିଆଯାଇଛି ଯେ, ଅପରାହ୍‌ଣ ୧ଟା ୧୫ରେ କୋର୍ଟ ପରିସରରେ ବିସ୍ଫୋରଣ ହେବ। ‘ନକ୍ସଲବାଦୀ ଗୋଷ୍ଠୀମାନେ ଡ୍ରଗ୍ସ ଟଙ୍କା ପାଣ୍ଠିରେ ମିଳୁଥିବା ଚଳଚ୍ଚିତ୍ର କିପରି ପ୍ରଦର୍ଶିତ କରିବେ ତାହା ଜାଣି ନଥିଲେ, ତେଣୁ ସେମାନେ ଆଜି ଆପଣଙ୍କ କୋର୍ଟକୁ ଟାର୍ଗେଟ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ….ଅପରାହ୍‌ଣ ୧.୧୫ ପୂର୍ବରୁ ଯଥାସମ୍ଭବ ଜନସାଧାରଣଙ୍କୁ ରକ୍ଷା କରନ୍ତୁ।

ଧମକପୂର୍ଣ୍ଣ ଇମେଲ୍‌ ନେଇ ରେଜିଷ୍ଟାର୍‌ ପୁଲିସକୁ ସୂଚିତ କରିଥିଲେ। ପୁଲିସ ଟିମ୍‌ ପହଞ୍ଚି ସମଗ୍ର କୋର୍ଟକୁ ଖାଲି କରିଥିଲେ। ବିଭନ୍ନ ସନ୍ଦିଗ୍ଧ ସ୍ଥାନରେ ଯାଞ୍ଚ କରିଥିଲେ। ବର୍ତ୍ତମାନ ସୁଦ୍ଧା କୋର୍ଟ ପରିସରରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ କିମ୍ବା ବିସ୍ଫୋରକ ସାମଗ୍ରୀ ମିଳିନଥିବା ଜଣାଯାଇଛି।