ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼ ଅଭିଯୋଗ

Ctc

କଟକ  : କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼ । କିଛି ଯୁଵକ ଜଣେ ନାବାଳକ ସହ ଆଉ ଜଣଙ୍କୁ ଅଟକ ରଖି ଉଲଗ୍ନ କରିବା ସହ ନିସ୍ତୁକ ପିଟିଥିଵା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାଡ଼ ଖାଇଥିବା ନାବାଳକଙ୍କ ପରିବାର ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି । ମାଡ଼ମରା ଘଟଣା ଦୁଇ ଦିନ ତଳେ ଘଟିଥିଲା। କିନ୍ତୁ ନାବାଳକ ଜଣ ଏ ଘଟଣା ବିଷୟରେ ପରିବାର ଲୋକଙ୍କୁ କିଛି କହିନଥିଲା। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇ, ଥାନାର ଦ୍ୱାରସ୍ଥ ହୋଇଛନ୍ତି। କଣ ପାଇଁ ମାଡ଼ ମରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନି । ପରିବାର ଲୋକଙ୍କ କହିବା କଥା ପୂର୍ବ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଛି ।

Share