ଆୟୁଷ୍ମାନ କାର୍ଡରେ ମିଳିବ କର୍କଟ ଚିକିତ୍ସା

Mukesh Mahaling

ଭୁବନେଶ୍ୱର : ଆୟୁଷ୍ମାନ କାର୍ଡରେ ମିଳିବ କର୍କଟ ରୋଗ ଚିକିତ୍ସା। ଏଣିକି ଆୟୁଷ୍ମାନ ଭାରତ କାର୍ଡରେ ମିଳିବ କ୍ୟାନସର୍ ଚିକିତ୍ସା ସୁବିଧା। ଏନେଇ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ବଜେଟରେ ମୁଖ୍ୟମନ୍ତ୍ରୀ କ୍ୟାନସର ଆରୋଗ୍ୟ ଯୋଜନା ସାମିଲ ହୋଇଛି। ୧୨୧ଟି ପ୍ୟାକେଜକୁ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ସାମିଲ କରିଛୁ। ଏହା ଭିତରେ କ୍ୟାନସର ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। କ୍ୟାନସର ଚିକିତ୍ସା ବାବଦ ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ବହନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Share