ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ ଗେଟ୍ ଖୋଲା । ପୂର୍ବରୁ ୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁ ହୀରାକୁଦର ଆଉ ୩ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଅଧିକ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ୧୦ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ । ଯେଉଁଥିରୁ ବାମପାର୍ଶ୍ୱର ୭ଟି ଓ ଡାହାଣପାର୍ଶ୍ୱର ୩ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ଲକ୍ଷ୧ହଜାର ୭୧୦ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୪୪ହଜାର ୫୦୯ ହଜାର କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି ।
ସେହିପରି ଗତକାଲି ରେଙ୍ଗାଲି ଡ୍ୟାମର ୩ ଗେଟ୍ ଦେଇ ବନ୍ୟା ଜଳ ଛାଡିଥିଲା ରେଙ୍ଗାଲି ଡ୍ୟାମ । ରେଙ୍ଗାଳି ଡ୍ୟାମର ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବା ବେଳେ ବର୍ତ୍ତମାନ ଗଚ୍ଛିତ ଜଳରାଶି ୧୨୩.୨୪ ମିଟର ରହିଥିଲା । ଡ୍ୟାମକୁ ସେକେଣ୍ଡ ପିଛା ୫ହଜାର ୧୭୭ ଘନମିଟର ବନ୍ୟାଜଳ ପ୍ରବେଶ କରୁଥିବାବେଳେ ତିନୋଟି ଗେଟ୍ ଏବଂ ପାୱାର ଚାନେଲ ଦେଇ ସେକେଣ୍ଡ ପିଛା ୫ହଜାର ୪୭୩ ଘନମିଟର ବନ୍ୟାଜଳ ନିଷ୍କାସନ ହେଉଥିଲା । ବ୍ରାହ୍ମଣୀ ନଦୀର ଶାଖା ନଦୀ ଓ ନାଳରେ ପାଣି ପଶିବାରୁ ତଳିଆ ଅଞ୍ଚଳରେ ବନ୍ୟା ଭୟ ସୃଷ୍ଟି ହୋଇଥିଲା । ଜେନାପୁର ଡ୍ୟାମର ବନ୍ୟାଜଳ ସତର୍କ ସଙ୍କେତ ୨୨ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୨୨.୧୪ ମିଟର ରହିଥିଲା ।
