ନ୍ୟୁୟର୍କ: ନ୍ୟୁୟର୍କ ଉତ୍ତରାଂଚଳରେ ଅଭାବନୀୟ ଘଟଣା । ହାଡଫୁଟିରେ ଆକ୍ରାନ୍ତ ଜଣେ ଶିଶୁର ଜୀବନ ଯାଇଥିବା ସୂଚନା ମିଲିଛି । ୩୦ ବର୍ଷରେ ନ୍ୟୁୟର୍କରେ ଏମିତି ମୃତ୍ୟୁ ଘଟଣା ପ୍ରଥମ । ଟିକାରଣ ଜନିତ ସୁରକ୍ଷା କମି ଯାଇଥିବାରୁ ଏତେ ବଡ ଅଘଟଣ ଘଟିଥିବା କହିଛନ୍ତି ନ୍ୟୁୟର୍କ ରାଜ୍ୟପାଳ କ୍ୟାଥୀ ହୋଚୁଲ । ନ୍ୟୁୟର୍କ ସିରାକ୍ୟୁସ୍ ଠାରୁ ପ୍ରାୟ ୧୫୦ କିଲୋମିଟର ଉତ୍ତରକୁ ଥିବା ଲୁଇସ୍ କାଉଂଟିରେ ଏହି ମୃତ୍ୟୁ ଖବର ଆସିଥିବା ସୂଚନା ମିଳିଛି । ଏଥିରେ ରାଜ୍ୟପାଳ ଗଭୀର ଶୋକ ବ୍ୟକ୍ତ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ୱାଶିଂଟନ ଜାଣିଶୁଣି ଆମେରିକୀୟମାନଙ୍କୁ ପ୍ରତିରୋଧ ଯୋଗ୍ୟ ରୋଗରୁ ରକ୍ଷା କରିବାର ଦଶନ୍ଧିରୁ ଅଗ୍ରଗତିକୁ ନଷ୍ଟ କରିଦିଏ, ସେତେବେଳେ କଣ ବିପଦ ସୃଷ୍ଟି ହୁଏ ତାର ଏକ ବିନାଶକାରୀ ସ୍ମୃତି ହେଉଛି ମିଳିମିଳାରେ ୩୦ ବର୍ଷରେ ପ୍ରଥମ ମୃତ୍ୟୁ । ସେପୁଣି ଏକ ଶିଶୁର । ମିଳିମିଳା ବା ହାଡଫୁଟି ଅତ୍ୟନ୍ତ ସଂକ୍ରାମକ ଭାଇରସ୍ ଯାହା ଗମ୍ଭୀର ସ୍ୱାସ୍ଥ୍ୟ ଜଟିଳତା ସୃଷ୍ଟି କରିପାରେ । ଏହି ରୋଗ ହେଲେ ପ୍ରତି ହଜାରରେ ପ୍ରାୟ ୧ରୁ ୩ଜଣ ରୋଗୀଙ୍କ ମୃତ୍ୟୁ ହୁଏ ।
