ଜଳିଲା ତିନି ମହଲା କୋଠା: ନାତି ମୃତ, ଜେଜେ ଗୁରୁତର

Screenshot 2026 11 09

କଟକ:  କଟକରେ ଭୟାବହ ଅଗ୍ନିକାଣ୍ଡ । କଟକ ହାତୀପୋଖରୀରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ହୁତୁହୁତୁ ହୋଇ ଜଳିଲା ତିନି ମହଲା କୋଠା । ଅଗ୍ନିକାଣ୍ଡରେ ୨ ଆହତ ହୋଇଥିଲେ । ଫଳରେ ସେମାନଙ୍କୁ SCBରେ ଭର୍ତ୍ତି କରାଯାଇଥିଲା । ହେଲେ ଏହି ଅଗ୍ନିକାଣ୍ଡରେ ୬ ବର୍ଷୀୟା ନାତିର ମୃତ୍ୟୁ ହୋଇଥିଲାବେଳେ ଜେଜେ ଗୁରୁତର ଆହତ ହୋଇଛନ୍ତି ।

ଅନ୍ୟପଟେ ନିଆଁ ଲିଭାଇବାକୁ ଦୁଇ ଦମକଳ କେନ୍ଦ୍ରର ଉଦ୍ୟମ ଜାରି । ହାତୀପୋଖରୀ ଅଞ୍ଚଳରେ ଥିବା ଏକ ତିନି ମହଲା ଆବାସିକ କୋଠାରେ ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ଦୁଇଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ କଟକ ଓ ଅଭିନବ ବିଡ଼ାନାସୀ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ କେଉଁ ପରିସ୍ଥିତିରେ ତିନି ମହଲା କୋଠାରେ ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନାହିଁ।

Share