ବେଆଇନ ନିଶା କାରବାର: କଫ୍ ସିରପ ଜବତ, ମହିଳା ଗିରଫ

News 9 Cough Syrup

ସମ୍ବଲପୁର: ସମ୍ବଲପୁର ଜିଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ନିଶା କାରବାର ଅଭିଯୋଗରେ ଚଢ଼ଉ ସମୟରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗର ସୁଚନା ଅନୁଯାୟୀ, ମଙ୍ଗଳବାର ବେଆଇନ ନିଶା କାରବାର ଚାଲିଥିବାର ଖବର ପାଇ ସ୍ଥାନୀୟ ଚାରଭାଟି ଠାରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଜେ. ଓରାମ (୨୩) ନାମକ ଜଣେ ମହିଳାଙ୍କୁ ଅବକାରୀ ଦଳ ଧରିଥିଲା ।

ମହିଳାଙ୍କ ନିକଟରୁ ବେଆଇନ ଭାବରେ ରଖାଯାଇଥିବା ୮୦ ବୋତଲ ନିଶା କଫ ସିରପ ମିଳିଥିଲାା ଏଣୁ ଏକ ମାମଲା ରୁଜୁ କରାଯାଇ ସମସ୍ତ ନିଶା କରଫ ସିରପ ଗୁଡିକୁ ଜବତ କରି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ସୁଚନା ଦେଇଛି ।

Share