ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ, ଓଡ଼ିଶା ଉପରେ ପଡ଼ିବନି ବିଶେଷ ପ୍ରଭାବ

A man stands on rocks as waves crash against the seaside during rough sea conditions triggered by cy 305622269 16x9

ଭୁବନେଶ୍ୱର : ଆସୁଛି ଲଘୁଚାପ । ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି କିମ୍ବା ୧୪ ତାରିଖ ବେଳକୁ ସେଠାରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି। ଏହା କ୍ରମଶଃ ଘନୀଭୂତ ହୋଇ ୧୫ ତାରିଖ ସୁଦ୍ଧା ଅବପାତ ରୂପ ନେଇପାରେ। ତେବେ ବର୍ତ୍ତମାନର ସ୍ଥିତି ଅନୁସାରେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବାର ନାହିଁ ।

ରାଜ୍ୟରେ ବର୍ଷାର କୌଣସି ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତ୍ରି ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ନାହିଁ। ସର୍ବନିମ୍ନ ରାତ୍ରି ତାପମାତ୍ରା ଶିମିଳିଗୁଡ଼ାରେ ୧୨.୧ ଡିଗ୍ରୀ ସେଲସିୟସ୍ ଓ ଝାରସୁଗୁଡ଼ାରେ ୧୪.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୨୧.୧ ଡିଗ୍ରୀ ସେଲସିୟସ୍ ଏବଂ କଟକରେ ୧୯.୪ ଡିଗ୍ରୀ ସେଲସିୟସ୍ ରହିଛି।

Share