October 23, 2023

ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ

ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ। ବିଶ୍ୱକପରେ ଆଜି ପାକିସ୍ତାନକୁ ଧୂଳି ଚଟାଇଛି ଆଫଗାନିସ୍ତାନ। ପୂର୍ବରୁ ଇଂଲଣ୍ଡକୁ ହରାଇଥିବା ଆଫଗାନିସ୍ତାନ ଟିମ ଆଜି ଚେନ୍ନାଇରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଦେଇଛି। ପାକିସ୍ତାନ ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ଦିନିକିଆ ବିଜୟ।…

ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର : ସ୍ବେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । VRSକୁ ଅନୁମୋଦନ କଲେ କେନ୍ଦ୍ର ସରକାର । ୧୯୫୮ ଅଲଇଣ୍ଡିଆ ସର୍ଭିସ…

ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ, ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ଆସନ୍ତାମାସରେ ନିର୍ବାଚନ ହେବାକୁ ଥିବା ଛତିଶଗଡ଼ରେ ଯଦି କଂଗ୍ରେସ ପୁଣି କ୍ଷମତାକୁ ଆସିବ, ତା’ହେଲେ ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ ବୋଲି ଆଜି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ସେ ଦଳର ପ୍ରଚାର କରି ଆଜି କହିଛନ୍ତି,…

୮ଟି ଦୋକାନରେ କଳାକନା ବୁଲାଇ ଦେଲେ ଚୋର

ସୋର:ମହାମାୟାଙ୍କ ପୂଜା ଚାଲିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକକଡ଼ି କରାଯାଇଛି। ଏହି ସମୟରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୮ଟି ଦୋକାନରେ କଳାକନା ବୁଲାଇ ଦେଲେ ଚୋର। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ଷ୍ଟେସନ ବଜାରରେ।…

ଶୀତ ବଢ଼ିବା ସହ ବଢ଼ି ଚାଲିଛି ପ୍ରଦୂଷଣ

ଧୀରେ ଧୀରେ ବଢ଼ିଲାଣି ପ୍ରଦୂଷଣ। ଅଳ୍ପ ଶୀତରେ ଗ୍ୟାସ ଚାମ୍ବର ପାଲଟିଗଲାଣି ରାଜଧାନୀ। ଯୁଆଡେ ଚାହିଁବ ସିଆଡେ କେବଳ ଧୂଆଁମୟ ଦେଖାଯାଉଛି। ଅତ୍ୟନ୍ତ ଖରାପ ସ୍ତରକୁ ଖସିଗଲାଣି ବାୟୁର ଗୁଣବତ୍ତା। ଏହାକୁ ସୁଧାରିବା ପାଇଁ ଏବେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଅଣ୍ଟା…

ରେଲଓ୍ବେ ଷ୍ଟେସନ ନିକଟରୁ କ୍ଷତାକ୍ତ ମର ଶରୀର ଉଦ୍ଧାର

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ରୋଡ ରେଳ ଷ୍ଟେସନ ନିକଟରେ ସୋମବାର ସକାଳେ ଜଣେ ଯୁବକ ମୁହଁ ତଳକୁ କରି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ…

ପ୍ରଥମ ଥର ପାଇଁ ମାରାତ୍ମକ ‘ଆଇରନ ଷ୍ଟିଙ୍ଗ୍’ ବୋମା ପକାଇଲା ଇସ୍ରାଏଲ୍

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଇସ୍ରାଏଲ୍ ପକ୍ଷରୁ ଏହାର ଅତ୍ୟାଧୁନିକ ତଥା ଅତ୍ୟନ୍ତ ମାରାତ୍ମକ ‘ଆଇରନ୍ ଷ୍ଟିଙ୍ଗ୍’ ମୋର୍ଟାର ବୋମାର ପ୍ରୟୋଗ କରି ହମାସର କେତେକ ରକେଟ୍ ଲଞ୍ଚ୍ ପ୍ୟାଡକୁ ଧ୍ବଂସ…

କାର୍‌ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଵାକ୍‌ ଅଟକ

ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ କାର ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ପୁଲିସ୍ ଜଣେ କ୍ୱାକ୍‌ଙ୍କୁ ଅଟକ ରଖିଛି। ମୃତ ଡ୍ରାଇଭରଙ୍କ ନାଁ ମୁକୁନ୍ଦ ନନ୍ଦ। ତାଙ୍କ ଘର ପୁଇଁତଳା ଥାନା କୁଳେରବାହାଲ ଗାଁରେ। ଗତକାଲି ସନ୍ଧ୍ୟାରେ…

ଟିକେଟ ନମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ବିଜେପି ନେତା

କାନ୍ଦିଲେ ବିଜେପି ବିଧାୟକ। ମଞ୍ଚ ଉପରେ ହୋଇପଡିଲେ ଭାବୁକ। ଟିକେଟ ନମିଳିବାରୁ ତାଙ୍କ ଆଖିରୁ ଝରି ଆସିଲା ଲୁହ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନରେ। ଏଠାକାର ଜଣେ ବିଜେପି ନେତା ଟିକେଟ ନମିଳିବାରୁ ଭୋ ଭୋ ହୋଇ କାନ୍ଦିଛନ୍ତି।…

ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଠାରୁ ସୁନାଚେନ୍‌ ଲୁଟ୍‌ ଅଭିଯୋଗରେ ୩୦ ଜଣ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଏକାଧିକ ପୂଜାମଣ୍ଡପରୁ ଲୁଟ୍‌ ଘଟଣାରେ କମିସନରେଟ୍‌ ପୁଲିସ ବିଭିନ୍ନ ଥାନା ଅଞ୍ଚଳରେ ଆୟୋଜିତ ପୂଜା ମଣ୍ଡପରୁ ୬ ଜଣ ମହିଳାଙ୍କ ସମେତ ୩୦ରୁ ଅଧିକ ସନ୍ଦିଗ୍ଧ ଲୁଟେରାଙ୍କୁ ଉଠାଇ ନେଇ ଅଟକ ରଖିଛି। ଅଟକ ଥିବା ଅଭିଯୁକ୍ତମାନଙ୍କୁ…