October 26, 2023

୩ ଦିନ ପରେ ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ଉଦ୍ଧାର

ପାରାଦୀପ : ପାରାଦୀପ ତଟଠାରୁ ୩୫ ନଟିକାଲ ମାଇଲ (୬୩ କିମି) ସମୁଦ୍ରରେ ବିପଦରେ ରହିଥିବା ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ବୁଧବାର ପାରାଦୀପ ପାଖରେ ପହଞ୍ଚଛି | ଯେଉଁ ସ୍ଥାନରେ ସମୁଦ୍ର କୌସ୍ତୁଭ ରହିଛି ତାକୁ ଆଙ୍କରେଜ ଅଞ୍ଚଳ ବୋଲି…

ତମାଖୁମୁକ୍ତ ଗାଁ ଅଭିଯାନରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର, : ତମାଖୁମୁକ୍ତ ଗାଁ ଅଭିଯାନରେ ସାରା ଦେଶରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଏହା ଟବାକୋ ଫ୍ରି ୟୁଥ୍‌ କ୍ୟାମ୍ପେନ-୨୦୨୩ ଅଧୀନରେ ହୋଇଥିଲା। ଏହି ଅଭିଯାନ ଗତ ଜୁଲାଇ ଓ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଭାରତ ସରକାରଙ୍କ ପକ୍ଷରୁ…

ଯାତ୍ରୀବାହୀ ଡଙ୍ଗାର ନିଖୋଜ ଚାଳକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ଚିଲିକା ହ୍ରଦରେ ପର୍ଯ୍ୟଟକମାନଙ୍କୁ ଡଲଫିନ୍ ଦେଖାଉଥିବା ବେଳେ ଯାତ୍ରୀବାହୀ ଡଙ୍ଗାର ଯେଉଁ ଚାଳକ ନିଖୋଜ ହୋଇଯାଇଥିଲେ, ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ନିଖୋଜ ଚାଳକ ବିକ୍ରମ ଜାଲିଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ।…

ଛୁଟିରେ ଯାଇଛନ୍ତି ଡାକ୍ତର; ଡାକ୍ତରଖାନାରେ ରୋଗୀ ଦେଖିଲେ ବିଧାୟକ

ରାଜଗାଙ୍ଗପୁର : ପୂଜା ପାଇଁ ଛୁଟିରେ ଯାଇଛନ୍ତି ଡାକ୍ତର। ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକ ଡାକ୍ତର। ଫଳରେ ହଇରାଣ ହେଉଛନ୍ତି ରୋଗୀ। ଏହା ଦେଖି ନିଜେ ରୋଗୀ ଦେଖିଛନ୍ତି ବିଧାୟକ। ଏହି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ…

ନାବାଳକକୁ ମାରି ମହାନଦୀରେ ଫିଙ୍ଗିଦେଲେ!

କଟକ : କଟକ ଜିଲ୍ଲାର ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ସ୍ଥିତ ମହାନଦୀରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳକଙ୍କ ପରିଚୟ ମିଳିନାହିଁ। ଆଜି ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବା ବେଳେ ଜଣେ ନାବାଳକଙ୍କ ମୃତଦେହ ଭାସୁଥିବା…

ASI ଆଲିଶା ଲୁଗୁନ ମୃତ୍ୟୁ ଘଟଣା: ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଗ୍ରହଣ କଲାନି ପରିବାର, ସିବିଆଇ ତଦନ୍ତ ଦାବି

ରାଉରକେଲା : ରାଉରକେଲା ଉଦ୍‌ତନଗର ଥାନା ଏଏସ୍‌ଆଇ ଆଲିଶା ଲୁଗୁନଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛି ତାଙ୍କ ପରିବାର। ଆଜି ଆଲିଶାଙ୍କ ସ୍ୱାମୀ ସଞ୍ଜୟ ଲାକ୍ରା ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି କରିଛନ୍ତି। ଆଲିଶାଙ୍କ ମୃତ୍ୟୁକୁ…

ନଭେମ୍ବର ୨୬ରେ ଓଡ଼ିଶା ପୁଲିସ୍‌ ଏସ୍‌ଆଇ ପରୀକ୍ଷା

କଟକ : ଓଡ଼ିଶା ପୁଲିସ୍ ସବ୍-ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ନଭେମ୍ବର ୨୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ଓଏମ୍‌ଆର୍ ପ୍ରଣାଳୀରେ କରିବା ପାଇଁ ଆପାତତଃ ସ୍ଥିର କରାଯାଇଛି ବୋଲି ଆଜି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ।…

ବଢ଼ିଲା ଓଡ଼ିଆ ଫିଲ୍ମ କଳି; ମୁହାଁମୁହିଁ ହେଲେ ଅନୁଭବ ଓ ମନୋଜ

ଭୁବନେଶ୍ବର : ତୀବ୍ର ହେଉଛି କଳି। ସମାଧାନର ରାସ୍ତା ବାହାରି ପାରୁନାହିଁ। ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୁଇ ବର୍ଷ ପାଇଁ ବ୍ୟାନ୍‌ କରିବା ପରେ କଳି ଆହୁରି ବଢ଼ିବାରେ ଲାଗିଛି। ଏହାକୁ ନେଇ ସୋଶାଲ୍‌ ମିଡ଼ିଆରେ ମୁହାଁମୁହିଁ…

ପାଳିଆ ସେବକମାନଙ୍କୁ ଏଯାଏ ନୋଟିସ ହୋଇନାହିଁ କାହିଁକି: ବଡୁ ନିଯୋଗ

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟକୁ ନେଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦେବୋତ୍ତର ବିଭାଗ ନିୟମ ଅନୁଯାୟୀ ପାଳିଆ ସେବକମାନେ ନୀତି କରିବେ। ଯଦି ନ କରିବେ ତେବେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି…

ଦଶହରାରେ କଟକରେ ମହମ୍ମଦ ମୋକିମ ଓ ପିସିସି ସଭାପତିଙ୍କ ଭେଟ

କଟକ: କଟକରେ ଦଶହରା ଅବସରରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଭେଟଘାଟ ପରେ ଦୁଇ ନେତାଙ୍କ ଭିତରେ ସମ୍ପର୍କ ସୁଧୁରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ…