October 12, 2023

କଟକ ସହରର ରାସ୍ତାଘାଟ ଓ ଡ୍ରେନ୍ ସମସ୍ୟାକୁ ନେଇ ହାଇକୋର୍ଟ କ୍ଷୁବ୍ଧ

କଟକ : ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା କଟକ ସହରର ରାସ୍ତାଘାଟ ଓ ଡ୍ରେନ୍ ସମସ୍ୟାକୁ ନେଇ ହାଇକୋର୍ଟ କ୍ଷୁବ୍ଧ। ଏଥିପାଇଁ ସହରବାସୀ ଭୋଗୁଥିବା ସମସ୍ୟା ଓ ଏହାକୁ ନେଇ ବିଭିନ୍ନ ସଂସ୍ଥାର ଆଭିମୁଖ୍ୟ ଉପରେ ବିଚାର କରି…

ଆସନ୍ତାକାଲି ଆନ୍ତଃମନ୍ତ୍ରିସ୍ତରୀୟ ବୈୖଠକ

ଭୁବନେଶ୍ବର: ଆସନ୍ତାକାଲି ଲୋକସେବା ଭବନଠାରେ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଖାଦ୍ୟ ଯୋଗାଣ, ସମବାୟ ଓ…

ରାସ୍ତାରେ ଉଡ଼ିଲା ଟଙ୍କା…ସବୁ ଚିରାଫଟା

ଭୁବନେଶ୍ବର: ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖ ରାସ୍ତାରେ ବୁଧବାର ଚିରାଫଟା ୫ ଶହ, ୨ ଶହ ଓ ୧୦୦ ଟଙ୍କିଆ ଉଡ଼ିଥିଲା। ଯାତାୟାତ କରୁଥିବା ଲୋକେ ଏତେ ପରିମାଣର ଟଙ୍କା ପଡ଼ିଥିବା ଦେଖି ଗହଳି ଜମାଇ ଥିଲେ। ପରେ…

ପୁଣି ଦିନକରେ ସୁନ୍ଦରଗଡ଼ରେ ୭ ସ୍କ୍ରବ୍ ଟାଇଫସ ରୋଗୀ ଚିହ୍ନଟ: ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩

ସୁନ୍ଦରଗଡ଼: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ। ପୁଣି ଦିନକରେ ସୁନ୍ଦରଗଡ଼ରେ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୫୧ ନମୁନାରୁ ୭ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩ରେ ପହଞ୍ଚିଛି। ଏନେଇ ଜିଲ୍ଲା…

ଢିପ ଜମି ଫାଟିଲାଣି, ଚାଷୀଙ୍କୁ ମିଳୁନି ପାଣିପମ୍ପ୍‌

କେନ୍ଦ୍ରାପଡ଼ା : ଚଳିତବର୍ଷ କେନ୍ଦ୍ରାପଡ଼ାରେ ବର୍ଷା ପରିମାଣ କମ୍‌ ରହିଛି। ଜିଲାର ପ୍ରାୟ ୩୧ ହଜାର ହେକ୍ଟର ଜମି ଢିପ ହୋଇଥିବାରୁ ମରୁଡ଼ି ଅବସ୍ଥାକୁ ଆସିଛି। ଏହି ସମୟରେ ପାଣିର ଆବଶ୍ୟକତା ଅଛି। ଚାଷୀଙ୍କୁ ସବ୍‌ସିଡିରେ ପାଣିପମ୍ପ୍‌ ଯୋଗାଇ ଦେବାକୁ ରାଜ୍ୟ…

ଗଛ କାଟି ଖାନ୍‌ନଗର ରିଂରୋଡ୍‌ ପ୍ରଶସ୍ତୀକରଣ

କଟକ : ଏବେ ଉନ୍ନତୀକରଣ ନାମରେ କଟାଚାଲିଛି ବହୁ ପୁରୁଣା ଗଛ। ରିଙ୍ଗରୋଡକୁ ୬ ଟିକିଆ କରିବା ନାମରେ ବର, ଚାକୁଣ୍ଡା, ଆମ୍ବ, ଓସ୍ତ ଭଳି ବହୁ ବଡ଼ ବଡ଼ ଗଛ କାଟି ଦିଆଯାଇଛି। ବର୍ଷବର୍ଷ ଧରି ପଥଚାରୀଙ୍କୁ ଛାଇ ଦେଉଥିବା…

ପୂଜା ମଣ୍ଡପରେ ଲାଗିବ ବିଦ୍ୟୁତ୍‌ ମିଟର

କଟକ : ଚଳିତବର୍ଷ ପ୍ରତ୍ୟେକ ପୂଜା ମଣ୍ଡପରେ ବିଦ୍ୟୁତ୍‌ ମିଟର ଲଗାଯିବ। ଏନେଇ ବିଦ୍ୟୁତ୍‌ ବିତରକ କମ୍ପାନୀ ଟାଟା ପାୱାର୍‌ ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହାକୁ ନେଇ ପୂଜା କମିଟି କର୍ମକର୍ତ୍ତାମାନଙ୍କ ମଧ୍ୟରେ…

ବଳିଆ ଯୋଜନା ଋଣ ସହାୟତା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ସରକାର

ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବାରେ ହସ୍ତତନ୍ତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ କୁଟୀର ଶିଳ୍ପ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କର ଜୀବିକାର ମାଧ୍ୟମ ହୋଇଛି। ଅତ୍ୟନ୍ତ କଳାତ୍ମକ ଡିଜାଇନ୍‌, ନିଖୁଣ…

ଦେଢ଼ ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ବାପା: ବନ୍ଧା ହେଲା ଅଭିଯୁକ୍ତ

ରାଉରକେଲା: ନୃଶଂସ ବାପାର ଉନ୍ମତ୍ତ କାଣ୍ଡ। ପାରିବାରିକ କଳହକୁ କେନ୍ଦ୍ରକରି ଟାଙ୍ଗିଆରେ ହାଣି ନିଜର ଦେଢ଼ ବର୍ଷର ପୁଅକୁ ହତ୍ୟା କଲା ବାପା। ପତ୍ନୀ ଓ ଦୁଇ ପଡ଼ୋଶୀ ଗୁରୁତର। ଅଭିଯୁକ୍ତ ବୁଧେଶ୍ୱର ସିଂହ ଗିରଫ। ଗୁରତର ଆହତ ହେଉଛନ୍ତି ପତ୍ନୀ…

ଫାଇଲିନ ଯିବାର ୧୦ ବର୍ଷ ବିତିଗଲାଣି, ଇଙ୍ଗିନାଠି ପଞ୍ଚାୟତର ଏକର ଏକର ଚାଷ ଜମିରୁ ଉଠିପାରନି ବାଲି

ବ୍ରହ୍ମପୁର : ବାତ୍ୟା ‘ଫାଇଲିନ’ ଯିବାର ୧୦ ବର୍ଷ ବିତିଗଲାଣି। କିନ୍ତୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ପଞ୍ଚାୟତର ୭ଟି ଗାଁରେ ଦେଢ଼ ଶହ ଏକରରୁ ଅଧିକ ଜମିରେ ଏଯାଏଁ ଚାଷ କରିପାରୁ ନାହାନ୍ତି ଚାଷୀ। କାରଣ ଜମିଗୁଡ଼ିକରେ ପ୍ରାୟ…