ତାଲିବାନ ଉପରେ ପାକିସ୍ତାନର ବିମାନ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

କାବୁଲ: ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ୪୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେତେକ ପ୍ରଶିକ୍ଷଣ ଶିବିର ନଷ୍ଟ ହୋଇଛି। ଆଫଗାନିସ୍ତାନର ପାକ୍‌ଟିକା ପ୍ରଦେଶର ବରମାଲ ଜିଲାର ପାର୍ବତ୍ୟ ଅଞ୍ଚଳରେ ଥିବା ତାଲିବାନ…

ନିର୍ବାଚନ ପୂର୍ବରୁ ଫାଟ, ‘ଇଣ୍ଡି ବ୍ଲକ୍‌’ରୁ କଂଗ୍ରେସକୁ ଆଉଟ୍‌ କରିବାକୁ ଚାହୁଁଛି ଆପ୍‌

ନୂଆଦିଲ୍ଲୀ : ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌। ତେବେ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଦେଖାଦେଲାଣି ଫାଟ। କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ଭିତରେ ଆରମ୍ଭ ହୋଇଗଲାଣି ଟଣାଓଟରା। ୨୦୨୪ ଲୋକସଭା ନିର୍ବାଚନ ପାଇଁ…

ସେଲେବ୍ରିଟିମାନେ ଫ୍ୟାନ୍‌ମାନଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର: ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ : କମୁନି ପୁଷ୍ପ ରାଜ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ବାହାରେ ହୋଇଥିବା ଦଳଚକଟା ମାମଲାରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ଏହି ମାମଲାରେ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ…

ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି। ଲୋକ ସେବା ଭବନର ସଭାଗୃହ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସମବାୟ ସମିତି ଗୁଡିକର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ…

ନୀତୀଶ କୁମାର ଓ ନବୀନ ପଟ୍ଟନାୟକଙ୍କୁ ମିଳୁ ଭରତ ରତ୍ନ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି ହୋଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏହି ଦାବି କରିବା ସହ ଦୁଇ ପୁରୁଖା ନେତାଙ୍କୁ ବେଶ…

ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ୱର: ୨୦୨୫ ମସିହା ମାର୍ଚ୍ଚ ମାସରେ ଓଡ଼ିଶା ସରକାର ସୁଭଦ୍ରା ଯୋଜନା ଅଧୀନରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ରାଜ୍ୟରେ ଏକ କୋଟିରୁ ଅଧିକ ମହିଳା ହିତାଧିକାରୀ ସୁଭଦ୍ରା…

ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେନି ବିଜେଡି ସରକାର: ମନମୋହନ ସାମଲ

ଭୁବନେଶ୍ବର: ଖୁବ୍ ଶୀଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା। ଏନେଇ ସରକାର ଚିନ୍ତା କରୁଛନ୍ତି। ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ ଶେଷ କରାଯିବ। ଏକଥା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏହାସହ କମିଶନର ରିପୋର୍ଟ ସାର୍ବଜନୀନ…

ୟୁକ୍ରେନ ଉପରେ ୭୦ ମିସାଇଲ, ୧୦୦ ଡ୍ରୋନ ମାଡ଼ କଲା ରୁଷ

ପୂରା ବିଶ୍ୱ ଆନନ୍ଦ ଉଲ୍ଲାସର ସହ ବଡ଼ ଦିନ ବା ଖ୍ରୀଷ୍ଟମାସ ଉତ୍ସବ ପାଳନ କରୁଛି। ହେଲେ ରୁଷ ପକ୍ଷରୁ ୟୁକ୍ରେନ ଆଜି ସବୁଠାରୁ ବଡ଼ ଓ ଭୟଙ୍କର ହମଲା କରାଯାଇଛି। ୟୁକ୍ରେନ ଉପରେ ଆଜି ରୁଷ ପକ୍ଷରୁ ୭୦ରୁ ଅଧିକ…

‘ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ରାଜ୍ୟପାଳ ଦାୟିତ୍ବ ନେଇଥିଲି, ଓଡ଼ିଶାବାସୀଙ୍କ ସମ୍ପର୍କ ଅଭୁଲା ସ୍ମୃତି ହୋଇ ରହିବ’

ପୁରୀ: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ କମ୍ଭମପତି ହରିବାବୁ ଦାୟିତ୍ବ ନେବା ପରେ ରଘୁବର ଦାସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର…

ସ୍ତ୍ରୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ସ୍ବାମୀଙ୍କର ଅବସ୍ଥା ଗୁରୁତର

କଟକ: କମିସନରେଟ୍‌ ପୁଲିସ ଅଧୀନ ଲାଲବାଗ୍ ଥାନା ଅଧିନ ସିଦ୍ଧେଶ୍ବରସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ମହିଳାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କର ସ୍ବାମୀଙ୍କୁ ପୁଲିସ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ…