2024

ଗୁରୁବାରଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ: ଆସନ୍ତାକାଲି ଠାରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହେବ। ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲାର ଯୋରନ୍ଦା ମହିମାଗାଦି ପୀଠ। ଏହି ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ…

ସବୁ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ତାପମାତ୍ରା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିବା ସହ ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବାକୁ ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ…

ପାଣିପାଗ ନେଇ ସତର୍କ ସୂଚନା; ୨୩ରୁ ବର୍ଷା ଆଶଙ୍କା

ଭୁବନେଶ୍ବର: ଆଉ ଗୋଟିଏ ଦିନ ତାତିର ପ୍ରକୋପ ରହିବ। ୨୩ ତାରିଖ ଠାରୁ ବର୍ଷା ଆଶ୍ବସ୍ତି ଦେବ। ପରେ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରାଯାଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।…

ପୁଣିଥରେ ହ୍ୟୁମାନ ସାଗରଙ୍କ ନାଁରେ ମାମଲା

କଟକ : ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଗୀତିକାର ପ୍ରମୋଦ ପରିଡ଼ାଙ୍କୁ ତାଙ୍କର ମ୍ୟାନେଜର ସାଗର ବେହେରା ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ହୋଇଛି ଏତଲା। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ଓ ତାଙ୍କ ସହଯୋଗୀ ମିଶି…

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଏସମା ଲାଗୁ

କଟକ : ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଏସମା ଲାଗୁ। ଅତ୍ୟାବଶ୍ୟକ ସେବା ଆଇନ ବା ଏସମା ଲଗାଇଛନ୍ତି ରାଜ୍ୟ ସରକାର। ଏହା ଆଗାମୀ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ସେପଟେ ଏସମା…

ମହିଳା କଂଗ୍ରେସ ସହ ପୁଲିସର ଧସ୍ତାଧସ୍ତି

ଭୁବନେଶ୍ୱର : ଭୁବନେଶ୍ୱରରେ ମହିଳା କଂଗ୍ରେସ ସହ ପୁଲିସର ଧସ୍ତାଧସ୍ତି। ନବୀନ ନିବାସ ଯାଉଥିବା ମହିଳା କଂଗ୍ରେସ କର୍ମୀଙ୍କୁ ଅଶୋକନଗର ଠାରେ ପୁଲିସ ଅଟକାଇଥିଲା। ପୁଲିସ ବ୍ୟାରିକେଡ ଡେଇଁ ଆଗକୁ ଯିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଥିଲେ। ଉଭୟ ପକ୍ଷ ମଧ୍ୟରେ…

ରାଜଧାନୀରେ ରାଗିଂ; ଗୁଣି ସନ୍ଦେହରେ ଲ’ ଛାତ୍ରୀଙ୍କୁ ନିର୍ଯାତନା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱର ଛାତି ଉପରେ ରାଗିଂ। ତା’ହା ପୁଣି ଜଣେ ଲ’ ଛାତ୍ରୀଙ୍କୁ। ଗୁଣି ଗାରେଡି ସନ୍ଦେହରେ ଛାତ୍ରୀଙ୍କୁ ତାଙ୍କର ତିନି ସିନିୟର ରାତି ଅଧରା ମାଡ଼ ମାରିଛନ୍ତି। କଲେଜ ପ୍ରଶାସନଠାରୁ ନିରାଶ ହୋଇ ଆଜି ଛାତ୍ରୀ ଜଣକ…

ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରତି ବିଜେଡି ସରକାରର ଧ୍ୟାନ ନାହିଁ: ଅଳକା ଲାମ୍ବା

ଭୁବନେଶ୍ବର: ରାଜଧାନୀରେ ବିଶାଳ ସମାବେଶ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା। ସେ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ ମାରକ ସରକାର। ରାଜ୍ୟରେ ମହିଳା ସଂଖ୍ୟା…

ମାହାଙ୍ଗା ଡବଲ ମର୍ଡର ମାମଲା: ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠରେ ହେବ ଶୁଣାଣି

କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି କରିଛନ୍ତି ନୂଆ ବିଚାରପତି। ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ବିଧାୟକ ପ୍ରତାପ ଜେନାଙ୍କ ମାମଲାର ଶୁଣାଣି କରିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ। ସେପର୍ଯ୍ୟନ୍ତ ବିଧାୟକଙ୍କ ଅନ୍ତରୀଣ…

ଆଦିବାସୀଙ୍କ ଉପରୁ ୪୮୦୧୮ଟି ମାମଲା ପ୍ରତ୍ୟାହୃତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଅନୁସୂଚିତ ଜନଜାତି ଭାଇ-ଭଉଣୀଙ୍କ ଉପରୁ ଛୋଟଛୋଟ ମକଦ୍ଦମା ପ୍ରତ୍ୟାହାର ହେବ। ଗୃହ, ଅବକାରୀ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ମାମଲା ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଦିବାସୀଙ୍କ ଉପରୁ ଜଙ୍ଗଲ ଓ ଅବକାରୀ ସଂପର୍କିତ…