August 2024

ଓଡ଼ିଶା ସରକାର କରିବେ ନିଯୁକ୍ତି ମେଳା, ମିଳିବ ୩୫ ହଜାର ଚାକିରି

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର କରିବେ ନିଯୁକ୍ତି। ମିଳିବ ୩୫ ହଜାର ଚାକିରି। ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ଲାନ ଅଫ୍ ଆକ୍ସନ…

ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ

ପୁରୀ : ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିଥିଲେ। ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି ପାଳିତ ହେଉଛି । ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ସମସ୍ତ ମଠ ମନ୍ଦିର। ସନ୍ଧ୍ୟା ଆଳତୀ…

ବିଳମ୍ବରେ ଅଫିସ ଆସିଲେ କନଷ୍ଟେବଲ; ଗରମ ପାଣି ଫିଙ୍ଗିଲେ ହାବିଲଦାର

ବାରିପଦା : ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କନଷ୍ଟେବଲ ଉପରକୁ ଗରମ ପାଣି ଫିଙ୍ଗିଦେଲେ ହାବିଲଦାର। ଏପରି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ। କାର୍ଯ୍ୟରତ କନଷ୍ଟେବଲ ଦୁଷ୍ମନ୍ତ ଦେହୁରୀଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁସାରେ,…

ଅଳଙ୍କାର ଲୁଟ୍ ଘଟଣା; CRPF ଯବାନଙ୍କ ସହ ୫ ଗିରଫ

ଧରାକୋଟ : ସୁନା ଦୋକାନରୁ ଲୁଟ୍ ଘଟଣାରେ ଜଣେ ସିଆରପିଏଫ୍ ଯବାନଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପୁଲିସ । ସେମାନଙ୍କ ଠାରୁ ୨ କେଜି ରୁପା, ୧୫୦ ଗ୍ରାମ ସୁନା ସହ ନଗଦ…

ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ

ଭୁବନେଶ୍ବର: ବାର୍ଡ ଫ୍ଲୁକୁ ନେଇ ସ୍ଥିତି ଚିନ୍ତାଜନକ ରହିଛି। ଏଣୁ ଏବେ କିଛି ଦିନ ପାଇଁ ଚିକେନ୍ ନ ଖାଇବା ଭଲ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ମତ ରଖିଛନ୍ତି। ସେ କହିଛନ୍ତି, ବାର୍ଡ ଫ୍ଲୁକୁ ନେଇ ଜିଲ୍ଲା ମାନଙ୍କୁ…

ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ବୈଠକ: ଜଳବାୟୁ ଅନୁକୂଳ ଓ ସୌରଶକ୍ତି ଚାଳିତ ଶୀତଳ ଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ଭବନ ବୋର୍ଡ ରୁମ୍‌ରେ ଆୟୋଜିତ ଏହି…

ପବିତ୍ର ଜନ୍ମାଷ୍ଟମୀରେ ପୁରପଲ୍ଲୀ କୃଷ୍ଣମୟ

ଭୁବନେଶ୍ବର : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳନ କରୁଛନ୍ତି…

ଚୋରା ଦେଶୀ ମଦର ହବ୍ ପାଲଟିଛି ସାଲିଆ ସାହି

ଭୁବନେଶ୍ବର : ଭୁବନେଶ୍ୱର ସାଲିଆସାହି ପାଲଟିଛି ଦେଶୀ ମଦର ହବ୍। ଯେତେ ଚଢ଼ାଉ ହେଉଛି ସେତିକି ମଦ ଭାଟି ଠାବ ହେଉଛି। ଆଜି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ସଲିଆସାହି ମୁଣ୍ଡା ସାହିରେ ରେଡ୍ ବେଳେ ଠାବ ହୋଇଛି ପୁଣି ଏକ…

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ: ଆଇନ ମନ୍ତ୍ରୀ

ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ? ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ। ଏସବୁର ସର୍ଭେ ହେବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ…

କାଲି ଓଡ଼ିଶା ଆସିବେ ED ନିର୍ଦ୍ଦେଶକ ରାହୁଲ ନବୀନ

ଭୁବନେଶ୍ବର : ଓଡ଼ିଶା ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରାହୁଲ ନବୀନ। ଆସନ୍ତାକାଲିଠୁ ୩ ଦିନିଆ ଗସ୍ତରେ ଆସିବେ ରାହୁଲ ନବୀନ।। କାଲି ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାହୁଲ…