୫ ହଜାର ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଲୋକଙ୍କୁ ଶୁଣିବାର ଧାରା ଜାରି ରଖିଛନ୍ତି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ମୋହନ ଚରଣ ମାଝୀ ଆଜି ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ଲୋକଙ୍କୁ ଆଶ୍ୱାସନା…

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ରାଜ୍ୟରେ ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ନବୀନ ସରକାରରେ…

ବାଂଲାଦେଶକୁ ଟ୍ରେନ୍ ଓ ବିମାନ ଚଳାଚଳ ସ୍ଥଗିତ

ବାଂଲାଦେଶକୁ ଟ୍ରେନ୍ ଚଳାଚଳ ବନ୍ଦ ରଖିଲେ ଭାରତ ସରକାର। ବ୍ୟାପକ ହିଂସା ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ କୋଲକାତାରୁ ବାଂଲାଦେଶ ଚଳାଚଳ କରୁଥିବା ସମସ୍ତ ଟ୍ରେନ ସେବାକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ, କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ…

ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକ ସ୍ତରକୁ ଯାଇ ଅଭିଯୋଗ ଶୁଣିବେ ମନ୍ତ୍ରୀ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକ ସ୍ତରକୁ ଯାଇ ଅଭିଯୋଗ ଶୁଣିବେ ମନ୍ତ୍ରୀ l ଶୁଣାଣି ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୧୭୫୦ ପଞ୍ଜୀକରଣ ହୋଇଛି l ସମସ୍ତଙ୍କୁ ତ୍ବରିତ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସମସ୍ତ ବିଜେପି ସାଂସଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡ଼ିଶା ସାଂସଦ। ଆଜି ସଂସଦ ଭବନ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶାର ସମସ୍ତ ୨୦ ବିଜେପି ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ସାଂସଦଙ୍କ ସହ ଆଲୋଚନା କରିଛନ୍ତି…

ବିଜେପି ସହ ଯୋଗସୂତ୍ରରେ ଅଛନ୍ତି ବହୁ ବିଜେଡି ବିଧାୟକ: ବିଧାୟକ ଅଶୋକ ମହାନ୍ତି

ଭୁବନେଶ୍ବର: ପାଲଲହଡ଼ା ବିଜେପି ବିଧାୟକ ଅଶୋକ ମହାନ୍ତି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ବିଜେଡି ଛିଡୁଛି ଏବଂ ବିଜେପି ରାଜ୍ୟରେ ବଢୁଛି। ବହୁତ ଲୋକ ବିଜେଡି…

ବାଂଲାଦେଶରୁ ଆସି ଭାରତରେ ପହଞ୍ଚିଲେ ଶେଖ ହସିନା

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶ ଛାଡ଼ିଥିବା ଶେଖ ହାସିନା ଭାରତରେ ପହଞ୍ଚିଛନ୍ତି। ସେ ଅପରାହ୍ନ ୫.୩୬ ମିନିଟରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‌ରେ ଲ୍ୟାଣ୍ଡ କରିଛନ୍ତି। ତାଙ୍କ ହେଲିକପ୍ଟର ଏଠାରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ବାୟୁସେନାର ଅଧିକାରୀମାନେ ସ୍ୱାଗତ କରିଥିଲେ।…

ପୁଣି ଯାଞ୍ଚ ହେବ ରତ୍ନଭଣ୍ଡାର: ସରିଲା ଏସ୍‌ଓପି ପ୍ରସ୍ତୁତି

ଭୁବନେଶ୍ବର: ପୁଣି ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର । ଏଥିପାଇଁ ଏସଓପି ପ୍ରସ୍ତୁତି ନେଇ ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଯେଉଁଥିରେ ପୁଣି ରତ୍ନଭଣ୍ଡାର ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ…

CBI ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲଙ୍କ ଆବେଦନ ଖାରଜ

CBI ଗିରଫଦାରୀ ବିରୁଦ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନ ଖାରଜ ହୋଇ ଯାଇଛି। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା CBI। ସେ…

ଭିଜିଲାନ୍ସ ଜାଲରେ ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ: ଅମାପ ସଂପତ୍ତି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଅମାପ ସଂପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍। ପ୍ରଦୀପ କୁମାର ରଥଙ୍କର ୪୨ରୁ ଅଧିକ ପ୍ଲଟ, ଭୁବନେଶ୍ୱରରେ ୨ଟି ଦାମୀ ଫ୍ଲାଟ୍,…