ଦାୟିତ୍ୱ ଗ୍ରହଣ ପରେ ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ଡିଜିପି

ଭୁବନେଶ୍ବର : ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଯୋଗେଶ ବହାଦୂର ଖୁରାନିଆ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀ ପୁଲିସ ପକ୍ଷରୁ ତାଙ୍କୁ ଖଣ୍ଡୁଆ ପ୍ରଦାନ କରାଯାଇଥିଲା। ପ୍ରତିକ୍ରିୟାରେ…

ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହାନ୍ତ!

ଭୁବନେଶ୍ବର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହାନ୍ତ। ମମତାଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବ ବିଜେପି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତାଙ୍କ କହିବା ମୁତାବକ, ମମତା ମହନ୍ତ ବିଜେପି ଟିକେଟରୁ ପୁଣିଥରେ…

GST ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ; ୫ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ବର : GST ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ। ଯାଜପୁର CT&GST ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା…

ବଜ୍ରପାତରେ ୧୦ ମୃତ , ୧୭ ଆହତ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଏକ ଦମ୍ପତିଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣାଗୁଡ଼ିକ ଘଟିଛି।…

ଅରୁଣ ସ୍ତମ୍ଭ ଆଗରେ ଭାସୁଛି ପେଜ ପାଣି, ଭକ୍ତ ଅସନ୍ତୁଷ୍ଟ

ପୁରୀ : କୋଟି କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବାର ୬ ମାସ ନ ପୁରୁଣୁ ଦେଖାଦେଲାଣି ସାଂଘାତିକ ତ୍ରୁଟି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣ ସ୍ତମ୍ଭ ସାମ୍ନାରେ ଭାସୁଛି ପେଜ ନଳାରୁ ନିର୍ଗତ ପାଣି। ଏହାର…

୨୫ରେ ଶଙ୍ଖ ଭବନରେ ଆୟୋଜିତ ହେବ ବିଜେଡିର ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ବିଜେଡି ନିଜର ନବନିର୍ବାଚିତ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ଆଗାମୀ ୨୫ ତାରିଖରେ ଶଙ୍ଖ ଭବନରେ ଆୟୋଜିତ ହେବ ଏହି ପ୍ରଶିକ୍ଷଣ ଶିବିର। ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ବିଧାନସଭାର ନୀତି ନିୟମ…

ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ; ଠୁଳ କରିଥିଲେ ଆୟଠାରୁ ଅଧିକ ସମ୍ପତ୍ତି

କଟକ : ଭିଜିଲାନ୍ସ ସ୍କାନରରେ ସରକାରୀ ବାବୁ। ଜଣକ ପରେ ଜଣେ ବଡ଼ ଅଧିକାରୀଙ୍କ ଘରେ ରେଡ୍ ପରେ ବନ୍ଧାଯାଉଛନ୍ତି। ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ର ଆଜି ବନ୍ଧାଯାଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି…

ପିଲାଙ୍କୁ ମିଳିଲା ପଚା ଅଣ୍ଡା ତରକାରୀ ! ୬୦ ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା : ମଧ୍ୟାହ୍ନ ଭୋଜନରେ ମିଳିଲା ପଚା ଅଣ୍ଡା ତରକାରୀ। ଆଉ ତାହାକୁ ଖାଇ ଅସୁସ୍ଥ ହୋଇଗଲେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ । ପିଲାମାନେ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିଭାବକ । ଏପରି…

ଖୁସି ଖବର; ରାସନକାର୍ଡ ହିତାଧିକାରୀ ପାଇବେ ଚାଉଳ ସହ ଗହମ

ଭୁବନେଶ୍ବର : ଏଣିକି ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ। ମୁଣ୍ଡପିଛା ମାସକୁ ୪ କିଲୋ ଚାଉଳ ଓ ୧କିଲୋ ଗହମ ମିଳିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି।…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଛାଡ଼ିଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ବର : ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ପୂର୍ବତନ ମୁଖ୍ୟସଚିବ ଅସିତ୍ କୁମାର ତ୍ରିପାଠୀ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାକୁ ରାଜ୍ୟ ସରକାର ଆଜି ଅପରାହ୍ନରୁ ଗ୍ରହଣ କରିଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ…