ମୁନୀରଙ୍କ ସହ ସାକ୍ଷାତକାର ମଝିରେ ବଡ଼ ବୟାନ ଦେଲେ ଟ୍ରମ୍ପ, କହିଲେ ମୁଁ ପାକିସ୍ତାନକୁ ଭଲପାଏ

ଓ୍ବାଶିଂଟନ୍‌,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଜଣେ ବହୁତ ଭଲ ବ୍ୟକ୍ତି, ମୁଁ ଗତକାଲି ତାଙ୍କ ସହ କଥା ହୋଇଛି ଏବଂ ଆମେ ଆଉ ଏକ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ପୁଳାପୁଳା ସୁନା, ଲକ୍ଷ ଲକ୍ଷ ଟଙ୍କା

ଅହମଦାବାଦ, ୧୯।୬: ଗତ ସପ୍ତାହରେ ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା (ଫ୍ଲାଇଟ AI-171) ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ମାତ୍ର ଜଣେ ବ୍ରିଟିଶ ନାଗରିକ…

କଥା ନ ମାନିଲେ ଆକ୍ରମଣ: ସେନାକୁ ଅନୁମତି ଦେଲେ ଟ୍ରମ୍ପ, ଚୂଡ଼ାନ୍ତ ନିର୍ଦେଶକୁ ଅପେକ୍ଷା

ତେହେରାନ : ଇରାନ ଉପରେ ଆକ୍ରମଣ କରିବ ଆମେରିକା। ଏଥିପାଇଁ ଆମେରିକା ସେନାକୁ ଅନୁମତି ମିଳିସାରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। କିନ୍ତୁ ଚୂଡ଼ାନ୍ତ ନିର୍ଦେଶ ଦେଇନାହାନ୍ତି ଟ୍ରମ୍ପ। ଟ୍ରମ୍ପଙ୍କ ଅନ୍ତିମ ନିର୍ଦେଶକୁ ଅପେକ୍ଷା କରିଛି…

ଅହମଦାବାଦ ବିମାନ ଦୁର୍ଘଟଣା, ୩ ମାସ ପୂର୍ବରୁ ବଦଳାଯାଇଥିଲା ଡାହାଣ ଇଞ୍ଜିନ

ଅହମଦାବାଦ : ଅହମଦାବାଦ ବିମାନ ଦୁର୍ଘଟଣାରେ ୨୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତଦନ୍ତ କାର୍ଯ୍ୟ ଜୋରସୋର ଚାଲିଛି। ଏୟାର ଇଣ୍ଡିଆର ଏକ ବିମାନ ଏଆଇ-୧୭୧ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତଦନ୍ତର ପ୍ରାରମ୍ଭିକ ପର୍ଯାୟରୁ…

ଧ୍ୱଂସସ୍ତୁପ ପାଲଟିଛି ତେହେରାନ: ଏମିତି କହିଲେ ଇରାନରୁ ଫେରିଥିବା ଭାରତୀୟ ଛାତ୍ର

ନୂଆଦିଲ୍ଲୀ : ସଂଘର୍ଷଗ୍ରସ୍ତ ଇରାନରୁ ଉଦ୍ଧାର କରାଯାଇଥିବା ଭାରତୀୟ ଛାତ୍ରମାନେ ଇରାନରେ ସଙ୍କଟର ଏକ ଭୟଙ୍କର ବିବରଣୀ ଦେଇଛନ୍ତି। ଅନେକ ଛାତ୍ର ଇସ୍ରାଏଲର ଆକ୍ରମଣ ସେଠାରେ କିପରି ଧ୍ୱଂସ ଆଣିଥିଲା, ସେ ସମ୍ପର୍କରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର, ଅପରେସନ…

ଆସନ୍ତାକାଲି ଖୋଲିବ ସ୍କୁଲ: ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

ଭୁବନେଶ୍ୱର,୧୯।୬: ଗ୍ରୀଷ୍ମ ଛୁଟି ପରେ ଶୁକ୍ରବାର ସ୍କୁଲଗୁଡ଼ିକ ପୁନର୍ବାର ଖୋଲିବାକୁ ଯାଉଥିବା ବେଳେ, ଓଡ଼ିଶା ସରକାର ସମସ୍ତ ଜିଲାପାଳଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷାଗତ କାର୍ଯ୍ୟକ୍ରମର ସୁଚାରୁ ପୁନରାରମ୍ଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବ ଶାଳିନୀ…

ଓଡ଼ିଶା ଆୟୋଜନ କରିବ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଯୋଗଦେବେ ସମଗ୍ର ଦେଶର ମନ୍ତ୍ରୀ

ଭୁବନେଶ୍ୱର,୧୯।୬: ଚଳିତ ବର୍ଷ ଶେଷରେ ଓଡ଼ିଶାରେ ସମସ୍ତ ରାଜ୍ୟ ଶକ୍ତି ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଗୁରୁବାର ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି)-କାନପୁର ଏବଂ ଟୋନୀ ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ ଗ୍ଲୋବାଲ ଚେଞ୍ଜ ସହିତ…

କଂଗ୍ରେସର ବଡ଼ ସମାବେଶ: ଜୁଲାଇ ୯ରେ ରାହୁଲଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୁଲାଇ ଦ୍ବିତୀୟ ସପ୍ତାହର ଓଡ଼ିଶା ଆସିବେ । ରାହୁଲଙ୍କ ସହ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଗସ୍ତ କରିବେ । ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ବଡ଼ ସମାବେଶ ହେବାକୁ…

କାଲି ଆସିବେ ମୋଦି: ଟ୍ରାଫିକ ପରାମର୍ଶ ଜାରି

ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଶୁକ୍ରବାର, ଜୁନ ୨୦ ଭୁବନେଶ୍ୱର ଗସ୍ତ ନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବିସ୍ତୃତ ଟ୍ରାଫିକ ପରାମର୍ଶ ଜାରି କରାଯାଇଛି। ଏହା ସହିତ ସାଧାରଣ ଲୋକଙ୍କ ସୁରକ୍ଷା ଓ ଯାନବାହାନ ଚଳାଚଳରେ ସୁବିଧା ପାଇଁ…

ଗୋପାଳପୁର ଗଣଦୁଷ୍କର୍ମ ମାମଲା: କଂଗ୍ରେସ ଗଢ଼ିଲା ୫ ଜଣିଆ ଟିମ୍

ଭୁବନେଶ୍ବର: ବହୁଚର୍ଚ୍ଚିତ ଗୋପାଳପୁର ବେଳାଭୂମି ନିକଟରେ ଗତ ରବିବାର ଦିନ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ନେଇ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରିଛି। ଏହି ମାମଲାକୁ ନେଇ କଂଗ୍ରେସ ଏକ କମିଟି ଗଠନ କରିଛି। ଜାତୀୟସ୍ତରରେ ଅଳକା ଲାମ୍ବାଙ୍କ ସହିତ କଂଗ୍ରେସ…