ଆସନ୍ତାକାଲି ଜଗତସିଂହପୁରରେ ସମସ୍ତ ସ୍କୁଲ ବନ୍ଦ

Uttarakhand school holiday 2026 schools closed in four districts today 1200x675 1784626337268 1024x576

ଜଗତସିଂହପୁର: ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍‌ ବନ୍ଦ ରହିବ।

ପ୍ରବଳ ବର୍ଷାରେ ଛାତ୍ରଛାତ୍ରୀଙ୍କ ଯାତାୟାତ ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି।ବଙ୍ଗୋପସାଗରରେ ସୃଷ୍ଟ ପାଣିପାଗ ବ୍ୟବସ୍ଥା ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ଭାରୀ ବର୍ଷାର ଆଶଙ୍କା ରହିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।

Share