September 2025

ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ, ୩ ଜଣ ଗୁରୁତର

ବାସୁଦେବପୁର: ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ । ବିଷାକ୍ତ ମାଛ ଖାଇ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତରେ ଘଟିଛି ଘଟଣା…

ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୫ ଜଣଙ୍କ ମୃତ୍ୟୁ

ବଣାଇ : ବସ୍-ଟ୍ରକ ମୁହାଁମୁହିଁ ଧକ୍କା । ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଳକ କେବଲାଙ୍ଗ ଥାନା ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା…

ମାଛ ଧରିବା ବେଳେ ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି ଜାଲରେ

ପୁରୀ : ମାଛ ଧରିବା ବେଳେ ଜାଲରେ ପଡିଲା ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି । ୩୦ କିିଲୋଗ୍ରାମରୁ ଅଧିକ ଓଜନର ୨ଫୁଟ ଅଷ୍ଟଧାତୁରେ ନିର୍ମିତ ଆସ୍ଥାନ ଉପରେ ଅଛି ଏହି ମୂର୍ତ୍ତି । ଆସ୍ଥାନରେ ବାବା ବାନାମ୍ବରେଶ୍ଵର ଲେଖା ରହିଛି…

ରାସ୍ତାରେ ଚଳାଚଳ କରୁଥିଲା ଯାନବାହନ, ୫୦ ମିଟର ଗଭୀରକୁ ହଠାତ ଦବିଗଲା ମାଟି

ବ୍ୟାଂକକ୍ : ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଂକକର ଏକ ବ୍ୟସ୍ତବହୁଳ ରାସ୍ତା ହଠାତ୍ ମାଟିରେ ଦବିଯାଇଛି । ଫଳରେ ୫୦ ମିଟର ଗଭୀରର ସିଙ୍କ୍ ହୋଲ୍ ସୃଷ୍ଟି ହୋଇଥିଲା । ବଡ଼ ସିଙ୍କ ହୋଲ୍ ହେବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା…

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜେଲେନସ୍କିଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ, କହିଲେ ‘ଭାରତ ଆମ ପକ୍ଷରେ ରହିଛି’

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଂଘର୍ଷ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ ।…

ଫିଲିପାଇନ୍ସ ପରେ ତାଇୱାନରେ ଟାଇଫୁନ୍ ରାଗାସାର ତାଣ୍ଡବ, ୧୪ ମୃତ ଓ ୧୨୪ ନିଖୋଜ

ତାଇୱାନ : ତାଇୱାନରେ ଟାଇଫୁନ ରାଗାସା ପ୍ରଳୟଙ୍କାରୀ ତାଣ୍ଡବ ରଚିଛି । ଏହି କାରଣରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରବଳ ବର୍ଷା ହେବା ପରେ ଭୂସ୍ଖଳନ ଯୋଗୁଁ ଏକ ହ୍ରଦର କୂଳ ଭାଙ୍ଗି ଗୁଆଙ୍ଗଫୁ ଟାଉନସିପରେ ପାଣି ପଶିଯାଇଥିଲା ।…

ସରକାରୀ ମେଡିକାଲ କଲେଜରେ ବଢ଼ିଲା ୫ ହଜାର ସିଟ୍

ଦିଲ୍ଲୀ: ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଡାକ୍ତରୀ ଶିକ୍ଷାକୁ ବିସ୍ତାର କରିବା ପାଇଁ, କେନ୍ଦ୍ର କ୍ୟାବିନେଟ ସାରା ଦେଶରେ ୫,୦୦୦ ନୂତନ ପିଜି ସିଟ୍ ଏବଂ ୫,୦୨୩ MBBS ସିଟ୍ ସୃଷ୍ଟି କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।…

ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ଜେନ-ଜିଙ୍କ ବିକ୍ଷୋଭ

ଲଦାଖ : ଲଦାଖରେ ନେପାଳ ଭଳି ସ୍ଥିତି । ରାସ୍ତାକୁ ଓହ୍ଲାଇଲେ ଯୁବପିଢ଼ି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି…

ଆଶ୍ରମରେ ୧୭ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ; ଛାନଭିନ କରୁଛି ପୁଲିସ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଆଶ୍ରମର ନିର୍ଦ୍ଦେଶକଙ୍କ ଉପରେ ୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁଯାୟୀ ଆଶ୍ରମର ନିର୍ଦ୍ଦେଶକ ଚିନୟାମା ନନ୍ଦଙ୍କ ବିରୋଧରେ ୧୫ଜଣ ଛାତ୍ରୀ ଯୌନ ନିର୍ଯାତନା…

୫ ରାଜ୍ୟସଭା ଆସନ ପାଇଁ ଘୋଷଣା ହେଲା ଉପନିର୍ବାଚନ ତାରିଖ

ନୂଆଦିଲ୍ଲୀ: ୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପଞ୍ଜାବରେ ଗୋଟିଏ ଏବଂ ଜମ୍ମୁ-କାଶ୍ମୀରରେ ଚାରୋଟି ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ହେବାକୁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର…