September 26, 2025

ଆକାଶରେ ଆଉ ଗର୍ଜିବନି ମିଗ୍ ୨୧, ଭାରତୀୟ ସେନାରୁ ନେବ ଅବସର

ଯେଉଁ ଯୋଦ୍ଧା ଆକାଶରେ ଗର୍ଜନ କରୁଥିଲେ, ଯାହାର ଦୃଶ୍ୟ ଦେଖି ଶତ୍ରୁମାନେ ଥରି ଉଠିଥିଲେ, ସେ ଏବେ ଭାରତୀୟ ବାୟୁସେନାକୁ ବିଦାୟ ଦେଉଛନ୍ତି । ହଁ ଆଜ୍ଞା ଆକାଶରେ ଆଉ ଗର୍ଜିବନି ମିଗ୍ ୨୧ । ଆଜି ଭାରତୀୟ ସେନାରୁ ଅବସର…

ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା, ପହିଲାରୁ ଲାଗୁ ହେବ ଟ୍ରମ୍ପଙ୍କ ୧୦୦% ଶୁଳ୍କ

ଟ୍ରମ୍ପଙ୍କ ୧୦୦% ଔଷଧ ଶୁଳ୍କ ଘୋଷଣା । ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଜାତିସଂଘରେ ଇଂଲିଶରେ ଭାଷଣ ଦେଇ ଅପଦସ୍ତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ଭାରତକୁ ଅନେକ ସମୟରେ ଧମକ ଦେଇଆସୁଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଜାତିସଂଘରେ ଶୁକ୍ରବାର ଅପଦସ୍ତ ହୋଇଛନ୍ତି। ଇଂଲିଶରେ ଭାଷଣ ଦେବା ସମୟରେ ତାଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। କାରଣ ଭାଷଣ ଦେବା ବେଳେ ସେ ଅନେକ…

ନମାଜ ପାଠ ପରେ ବରେଲୀରେ ହିଂସା, ଲାଠିମାଡ଼ କଲା ପୁଲିସ

ଉତ୍ତରପ୍ରଦେଶର ବରେଲିରେ ଶୁକ୍ରବାର ନମାଜ ପାଠ ପରେ ହିଂସା ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ମୁସଲମାନମାନେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ ଉପରକୁ ପଥର ମାଡ଼ କରିବାରୁ ପୁଲିସ ପକ୍ଷରୁ ଲାଠିମାଡ଼ କରାଯାଇଛି। ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସୂଚନା ମିଳିଛି।…

ନାଟୋ ମୁଖ୍ୟଙ୍କ ଦାୟିତ୍ଵହୀନ ମନ୍ତବ୍ୟକୁ ନିନ୍ଦା କଲା ଭାରତ

ନାଟୋ ମୁଖ୍ୟ ମାର୍କ ରୁଟ୍‌ଙ୍କ ଦାୟିତ୍ଵହୀନ ମନ୍ତବ୍ୟର ଦୃଢ଼ ନିନ୍ଦା କରିଛି ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଶୁଳ୍କ ଲାଗୁ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରିଥିବା ରୁଟ୍‌ କହିଥିଲେ।…

କାରଖାନା ଛାତ ଭୁଶୁଡି ୬ ଶ୍ରମିକ ମୃତ

ଛତିଶଗଡ଼ : ରାୟପୁରର ଏକ ଫ୍ୟାକ୍ଟ୍ରିରେ ଦୁର୍ଘଟଣା । ଫ୍ୟାକ୍ଟ୍ରି ନିର୍ମାଣ ବିଭାଗର ଛାତ ଭୁଶୁଡି ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ୬ ଜଣ ମଧ୍ୟ ଗମ୍ଭୀର ଆହତ ହୋଇଛନ୍ତି । ସୂଚନାନୁଯାୟୀ, ନିର୍ମାଣ ବିଭାଗର…

ଲଦାଖ ହିଂସା: ସୋନମ ୱାଙ୍ଗଚୁକ ଗିରଫ, ମୋବାଇଲ ଇଣ୍ଟରନେଟ ସେବା ବନ୍ଦ

ଲଦାଖ : ଲେହ ହିଂସା ମାମଲାରେ ସୋନମ ୱାଙ୍ଗଚୁକ ଗିରଫ । ଜାତୀୟ ସୁରକ୍ଷା ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ କେନ୍ଦ୍ର ଶାସିତ ଅଞ୍ଚଳର ଲଦାଖକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ଦାବିରେ ଆନ୍ଦୋଳନରତ ବିକ୍ଷୋଭକାରୀଙ୍କୁ ଉସୁକାଇବା ଅଭିଯୋଗ…

ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ସଦସ୍ୟ ମୃତ, ୩ ଆହତ

ପେଶୱାର : ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି । ଏପରି ଦୁର୍ଘଟଣା ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଦେଖିବାକୁ ମିଳିଛି । ଗାଡ଼ିଟି…

ବିହାରର ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ଆକାଉଣ୍ଟକୁ ଆସିଲା ୧୦ ହଜାର ଟଙ୍କା

ନୂଆଦିଲ୍ଲୀ : ଆଜି ବିହାରରେ ମହିଳାଙ୍କୁ ବଡ଼ ଭେଟି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବର୍ତ୍ତମାନ ଏହି ଯୋଜନାର ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ୭.୫ ନିୟୁତ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ…

ଭାରତୀୟ ପ୍ରବାସୀଙ୍କ ପ୍ରତି ଟ୍ରମ୍ପଙ୍କ କଠୋର କାର୍ଯ୍ୟାନୁଷ୍ଠାନ, ବୃଦ୍ଧାଙ୍କୁ ଶିକୁଳି ପିନ୍ଧାଇ ପଠାଇଲେ

ଆମେରିକା : ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ଆମେରିକାରେ ରହୁଥିବା ଅବୈଧ ପ୍ରବାସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପର୍ଯ୍ୟନ୍ତ ଅବୈଧ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଯେ,୭୩ ବର୍ଷୀୟା ମହିଳା…