Prateek

ଭୁବନେଶ୍ବର: ଆଗକୁ ଆସୁଛି ଗଣେଶ ପୂଜା ଓ ଦଶହରା। ପାର୍ବଣ ପୂର୍ବରୁ ଭୁବନେଶ୍ବର କମିସନରେଟ ପୁଲିସ୍‌ ତା’ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିସାରିଛି। ଏଥର ପୂଜାରେ ଦାଦାବଟି ମାଗୁଥିବା କୁଜି ଗୁଣ୍ଡାମାନଙ୍କୁ ଘାଇଲା କରିବ ଭୁବନେଶ୍ୱର କମିସନରେଟ୍‌ ପୁଲିସ୍‌। ଜାଣିବାକୁ ମିଳିଛି ଯେ କୁଜି ଗୁଣ୍ଡାମାନଙ୍କ ପାଇଁ ପୁଲିସ୍‌ ‘ଜିରୋ ଟଲରାନ୍ସ’ ନୀତି ଆପଣେଇବ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ତାଙ୍କର ବୟାନ ଦେଇ କହିଛନ୍ତି, ‘‘ଯଦି କେହି ପୂଜା ଚାନ୍ଦା ମାଗୁଛନ୍ତି ତ ତୁରନ୍ତ କମିସନରେଟ ପୁଲିସକୁ ଯୋଗାଯୋଗ କରନ୍ତୁ। କମିସନରେଟ୍‌ ପୁଲିସ୍‌ ପକ୍ଷରୁ ୭୦୭୭୭୯୮୧୧୧ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ପୁଲିସ୍‌ ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖିବ।’’

ସେ ଆହୁର ବି କହିଛନ୍ତି, ‘‘ ଗଣେଷ ପୂଜା ଓ ଦୂର୍ଗାପୂଜା ପୂର୍ବରୁ ଆକ୍ସନ ମୋଡ଼ରେ ରହିଛି ଟିମ୍‌। ପେଶାଦାର ଅପରାଧୀମାନଙ୍କୁ ଧରିବାକୁ ସ୍ପେଶାଲ ଟିମ ଗଠନ ହୋଇଛି । ନିଶା କାରବାର ଉପରେ ପ୍ରତିଦିନ ଚଢ଼ାଉ ଚାଲିଛି। ଚୋରି, ଛିନତାଇ ଗ୍ୟାଙ୍ଗ ପରେ ଏବେ ଦାଦାବଟି ଗ୍ୟାଙ୍ଗ୍‌ ଉପରେ କଡା ନଜର ରଖିଛି ପୁଲିସ୍।’’

Share