ପୁରୀ : ରଥଯାତ୍ରା ପାଇଁ ପୁରୀ ପୁଲିସ ପକ୍ଷରୁ ଗୁରୁବାର କ୍ଷେତ୍ର ପରିଦର୍ଶନ ଓ ରୁଟ୍ ସମୀକ୍ଷା କରାଯାଇଛି। ଅତିରିକ୍ତ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ, ଟ୍ରାଫିକ୍ ୱିଙ୍ଗର ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମଙ୍ଗରା ଅଞ୍ଚଳର ରାସ୍ତା ଓ ଯାତାୟାତ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସମଙ୍ଗରା ଅଞ୍ଚଳର ସମସ୍ତ ସଂଯୋଗକାରୀ ରାସ୍ତା, ଯାନବାହନ ଚଳାଚଳ ପାଇଁ ଉପଯୁକ୍ତ ମାର୍ଗ, ବସ୍, କାର୍ ଓ ଅନ୍ୟାନ୍ୟ ହାଲୁକା ଓ ଭାରୀ ଯାନର ନିର୍ବିଘ୍ନ ଗମନାଗମନ ବ୍ୟବସ୍ଥା, ରାସ୍ତାର ପ୍ରସ୍ଥ, ମୋଡ଼, ବିକଳ୍ପ ମାର୍ଗ ଏବଂ ସମ୍ଭାବ୍ୟ ଟ୍ରାଫିକ୍ ଚାପକୁ ଦୃଷ୍ଟିରେ ରଖି ବିସ୍ତୃତ ସମୀକ୍ଷା କରାଯାଇଥିଲା।

