Nabaa

ସମ୍ବଲପୁର : ନୂଆଁଖାଇ ପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା। ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ। ପୂର୍ବ ନିର୍ଦ୍ଧାରିତ ସମୟରେ ଇଷ୍ଟଦେବୀଙ୍କ ପାଖରେ ରୀତିନୀତି ଅନୁସାରେ ନବାନ୍ନ ଲାଗି ହୋଇଛି। ମାଆ ସମଲେଶ୍ୱରୀଙ୍କୁ ଲାଗି ହୋଇଛି ନୂତନ ସରିଆ ଧାନରେ ତିଆରି ବ୍ୟଞ୍ଜନ ।

ଏହାପରେ ପଶ୍ଚିମ ଓଡ଼ିଶାବାସୀ ଏକାଠି ନୂଆ ଖାଇବେ । ନୂଆ ଖାଇବା ପରେ ଜମିଥାଏ ଜୁହାର ଓ ଭେଟଘାଟ । ଗୁରୁଜନଙ୍କୁ ଜୁହାର କରି ଘରର ଛୋଟମାନେ ଆଶୀର୍ବାଦ ନେଇ ଥାଆନ୍ତି । ନୂଆଁଖାଇ ପାଇଁ ଘରେ ଘରେ ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି । ପିଠାପଣା ଓ ମିଠାର ମହକରେ ମହକୁଛି ଘର। ଦୂରଦୂରାନ୍ତରେ ରହୁଥିବା ପରିବାର ଓ ଆତ୍ମୀୟ ଏକାଠି ହୋଇଛନ୍ତି । ସମସ୍ତେ ନୂଆ ପୋଷାକ ପିନ୍ଧିଛନ୍ତି । ଘରେ ଘରେ ଉତ୍ସବ ମାହୋଲ ।

Share