Rerrdfdsdfsa

ନୂଆଦିଲ୍ଲୀ: ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କିଛି ଦିନ ହେବ ୧୦ରୁ ୧୫ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ହୃଦଘାତରେ ମୃତ୍ୟୁ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏହି କ୍ରମ‌ରେ ଦେଖିବାକୁ ଗଲେ ଗୁଜରାଟର ସୁରଟରେ ବି ଏମିତି ଏକ ଦୁଃଖଦାୟକ ଘଟଣା ଘଟିଛି। ଗୋଡାଦରାରେ ଏକ ଘରୋଇ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଛାତ୍ରୀଙ୍କ ନାମ ରିଦ୍ଧି ଓ ବୟସ ୧୨ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ,  ସୁରଟର ଗୋଡାଦରା ଅଞ୍ଚଳର ଶାଢି ବ୍ୟବସାୟୀ ମୁକେଶ ଭାଇ ମେଓ୍ଵାଡାଙ୍କ ୧୨ ବର୍ଷୀୟା ଝିଅ ରିଦ୍ଧି ବିଦ୍ୟାଳୟରେ ୮ମ ଶ୍ରେଣୀର ଛାତ୍ରୀ ଥିଲେ। ପ୍ରତିଦିନ ପରି ସେଦିନ ବି ରିଦ୍ଧି ସ୍କୁଲ ଯାଇଥିଲେ। ଆଉ ଶିକ୍ଷୟିତ୍ରୀ ‌ଶ୍ରେଣୀଗୃହରେ ପାଠପଢ଼ାଉଥିବା ବେଳେ ସେ ପ୍ରଥମ ଟେବୁଲରେ ବସି ମନ ଦେଇ ଶୁଣୁଥିଲେ। ଏତିକି ବେଳେ ତାଙ୍କ ମୁଣ୍ଡ ବୁଲାଇ ଦେଇଥିଲା ଆଉ ସେ ତଳେ ପଡ଼ି ଯାଇଥିଲେ। ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ରିଦ୍ଧିଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇଯାଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶ୍ରେଣୀଗୃହରେ ସହପାଠୀଙ୍କ ଏଭଳି ଅବସ୍ଥା ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇଯାଇଛନ୍ତି। କିଛିଟା ପିଲା ଏହି ଘଟଣା ପରେ ସ୍କୁଲ ଆସିବା ବନ୍ଦ କରି ଦେଇଛନ୍ତି। ଏନେଇ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଖବର ଦେଇ ଏକ ବୈଠକ ଡକାଇଛନ୍ତି। ତେବେ ଏହି ଘଟଣା ପରେ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସହପାଠୀଙ୍କ ମଧ୍ୟରେ ଶୋକରଛାୟା ଖେଳି ଯାଇଛି।

Share