Southwest monsoon has withdrawn 650x430

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ, ଗୁଜରାଟ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରୁ ଅପସାରିତ ହୋଇଛି । ତେବେ ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରୁ ମୌସୁମୀ ଅପସରିଯିବ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜାମ୍ମୁ-କାଶ୍ମୀର, ଲଦାଖ, ଗିଲ୍‌‌ଗିଟ୍‌‌, ବାଲ୍‌‌ତିସ୍ତାନ, ମୁଜାଫରାବାଦ୍‌‌, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶର କେତେକ ଅଞ୍ଚଳ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଏବଂ କୋଙ୍କଣ ଅଞ୍ଚଳରୁ ଅପସାରିତ ହୋଇ ଯାଇଛି। ତେବେ ଉତ୍ତର ପ୍ରଦେଶର ଅବଶିଷ୍ଟ ଅଞ୍ଚଳ, ମଧ୍ୟପ୍ରଦେଶ, ବିହାରର କେତେକ ଅଞ୍ଚଳ, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନା ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରୁ ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଅପସାରିତ ହେବ ।
ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Share