Ct

କଟକ : ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ସେହିପରି ମା କଟକ ଚଣ୍ଡୀଙ୍କ ପୀଠ ସମେତ ପ୍ରତ୍ୟେକ ଶକ୍ତିପୀଠ ଗୁଡିକରେ ଚାଲିଛି ମା’ଙ୍କ ର ଷୋଡ଼ଶ ଦିନାତ୍ମକ ଷୋଡଶ ଉପଚାର ପୂଜା। ମୂଳାଷ୍ଟମୀରୁ ଆରମ୍ଭ ହୋଇଥିବା ଏହି ଷୋଡଶ ଉପଚାର ପୂଜାରେ ମା’ଙ୍କୁ ୧୬ଟି ବେଶରେ ସଜେଇ ଦିଆଯାଇଥାଏ। ମାଙ୍କର ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ।

କଟକ ସହରର ମା କଟକ ଚଣ୍ଡୀ , ଗଡ଼ ଚଣ୍ଡୀ , ଚାଉଳିଆଗଞ୍ଜର ଜୟଦୁର୍ଗା , ମଙ୍ଗଳାବାଗର ବାସନ୍ତୀଦୁର୍ଗା ଓ ଝାଞ୍ଜିରୀମଙ୍ଗଳାର ମା ’ ଝାଞ୍ଜିରୀମଙ୍ଗଳା ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ପୀଠରେ ମା’ଙ୍କର ଷୋଡଶ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଛି। ଏଥି ଲାଗି ପିଠ ଗୁଡିକ ଏବେ ଚଳଚଞ୍ଚଳ। ଆଜି ରବିବାର ଷୋଡଶ ଉପଚାର ପୂଜାର ୩ୟ ଦିନ ସଂନ୍ଧ୍ୟାରେ ମା କଟକ ଚଣ୍ଡୀ ଭୁବନେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି। ମାଙ୍କ ଦର୍ଶନ ଲାଗି ଲାଗିଛି ଭକ୍ତଙ୍କ ଭିଡ଼। ସେହିପରି ମା ଗଡଚଣ୍ଡୀ କମଳା ବେଶରେ , ଚାଉଳିଆଗଞ୍ଜର ଜୟ ଦୁର୍ଗା ଗାୟତ୍ରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି। ମାଙ୍କ ଦର୍ଶନ ଲାଗି ଶକ୍ତି ପିଠ ମାନଙ୍କରେ ଲାଗିଛି ଭକ୍ତ ଙ୍କ ପ୍ରବଳ ଭିଡ଼।

Share