ଯାଜପୁର: ନେଉଳପୁରରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କି ସୟଦ ଇଶାନ ବୁଖାରୀ ଗିରଫ ଘଟଣା, ବୁଖାରୀର ପତ୍ନୀ ସାଇନାଜ ପରବିନଙ୍କୁ ନିଲମ୍ବିତ କଲେ ଘରୋଇ ସ୍କୁଲ ଅଧ୍ୟକ୍ଷ, ସାଇନାଜ ନେଉଳପୁର ସ୍ଥିତ ମିଲତନଗର ସେଣ୍ଟ ଜାଭିୟର ସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସ୍ୱାମୀ ବୁଖାରୀର ଆତଙ୍କୀ କାର୍ଯ୍ୟକଳାପ ଜଣାପଡିବା ପରେ ସ୍କୁଲ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିବା ସୂଚନା।
ବୁଖାରୀ STF କୁ ତଦନ୍ତ ବେଳେ ଅନେକ ମିଛ କହୁଛି। ପାକିସ୍ଥାନର ଚରମପନ୍ଥି ମୁଫତି ତାରିକ ମାସୁଦ ନେଇ STF ପଚାରିବାରୁ ସେ କହିଥିଲେ ଯେ ବିବାହ ପାଇଁ ପରାମର୍ଶ ନେଉଛି। ସେହିଭଳି କେରାଳକୁ ଯୁବକ ପଠାଇବା ଘଟଣାରେ ମଧ୍ୟ ମିଛ କହୁଛି। ବାଟବଣା ପାଇଁ ଉଦ୍ୟମ କରିଥିଲା। ସେଥିପାଇଁ ହୋଇପାରେ ବୁଖାରୀର ଲାଏ ଡିଟେକ୍ସନ୍ ଟେଷ୍ଟ ବୁଖାରୀ ସବୁବେଳେ ଡେଟିଂ ଆପରେ ସକ୍ରିୟ ରହିଥିଲା। ସାତ ଜଣଙ୍କୁ ବିବାହ କରିବା ପରେ ପ୍ରାୟ ୧୨ଜଣକୁ ଅନଲାଇନ୍ ଡେଟ କରୁଥିଲା। ପାକିସ୍ତାନ, ନେପାଲର ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା।ଏହି ଯୁବତୀଙ୍କୁ ଟେରର ନେଟୱର୍କରେ ସଂପୃକ୍ତ କରିଥିଲା କି ? ଏମାନଙ୍କୁ ଲଗାଇ କିଛି ତଥ୍ୟ ହାସଲ କରିଥିଲା କି ? ପାକିସ୍ତାନର ତାରିକ ମାସୁଦ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ବେଶ ଚର୍ଚ୍ଚିତ। ତା ନେଟୱର୍କରେ ଥିବା ବୁଖାରୀ ଲଭ ଜିହାଦରେ ସାମିଲ ହୋଇଥିଲା କି ? ଲକ୍ଷ୍ନୌର ଜଣେ ହିନ୍ଦୁ ଯୁବତୀକୁ ବିବାହ କରିବା ପରେ ଲଭ୍ ଜିହାଦ ନେଇ ମାମଲା ହୋଇଥିଲା।