Ctc 1703419391

କଟକ: କଟକ SCBରେ ଉତ୍ତେଜନା। ରୋଗୀ ମୃତ୍ୟୁ ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ଅଭିଯୋଗ ଅନୁୟାୟୀ ପୁରୀ ଚନ୍ଦନପୁର ଅଞ୍ଚଳର ଜଣେ ଯୁବତୀ ଙ୍କ ଦେହ ଖରାପ ହେବାରୁ ପରିବାରଲୋକେ ତାଙ୍କୁ କଟକ ବଡ଼ ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ଯାଞ୍ଚ କରିବା ପରେ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଚିକିତ୍ସାରେ ଅବହେଳା କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Share