Winter

ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ସେହିପରି କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ପ୍ରବଳ ଶୀତ ହେଉଥିବା ବେଳେ ଆହୁରି ଦୁଇ ତିନି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ବଜୟା ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ କୁହାଯାଇଛି। ତା’ପରେ ସ୍ଥିତିରେ ପରିବର୍ତ୍ତନ ଆସିପାରେ ବୋଲି ଆକଳନ କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଉତ୍ତରପଶ୍ଚିମ ଭାରତରେ ଆସନ୍ତା ଦୁଇ ଦିନ ଧରି ଘନରୁ ଅତି ଘନ କୁହୁଡ଼ି ଦେଖିବାକୁ ମିଳିବ। ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଦୁଇ ଦିନ ଧରି ରାତିରେ ଓ ସକାଳେ କିଛି ସମୟ ପାଇଁ ଘନ କୁହୁଡ଼ି ହୋଇପାରେ।

ସେହିପରି ଆସନ୍ତାକାଲିଠାରୁ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ରାଜସ୍ଥାନ ଓ ପଶ୍ଚିମ ମଧ୍ୟ ପ୍ରଦେଶର କିଛି ସ୍ଥାନରେ ଆସନ୍ତାକାଲିଠାରୁ ବର୍ଷା ହୋଇପାରେ। ୧୦ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ।

Share