Uae 1707829851

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନହୟାନ ମିଳିତ ଭାବେ ଆଜି ୟୁପିଆଇ ଓ ରୁପେ କାର୍ଡ ସେବାକୁ ଲଞ୍ଚ କରିଛନ୍ତି। ୟୁଏଇରେ ପ୍ରଥମ ଥର ପାଇଁ ଭାରତରେ ପ୍ରଚଳିତ ହେଉଥିବା ଟଙ୍କା ନେଣଦେଣ ବ୍ୟବସ୍ଥା ଲାଗୁ କରାଯାଇଛି।
ରୁପେ ହେଉଛି ଭାରତୀୟ ମଲ୍ଟିନ୍ୟାଶନାଲ ଫାଇନାନ୍ସିଆଲ ସେବା ଓ ପେମେଣ୍ଟ ସର୍ଭିସ ସିଷ୍ଟ। ସେହିପରି ୟୁପିଆଇ ହେଉଛି ତତକ୍ଷାଣତ ପେମେଣ୍ଟ ବ୍ୟବସ୍ଥା। ଦୁଇ ନେତାଙ୍କ ଉପସ୍ଥିତିରେ ଏହି ଦୁଇ ସେବା ୟୁଏଇରେ ଆରମ୍ଭ କରାଯାଇଛି। ଏହାର ଅର୍ଥ ଭାରତ ଭଳି ସେଠାରେ ମଧ୍ୟ ଲୋକମାନେ ଏହି ଦୁଇ ବ୍ୟବସ୍ଥା ଦ୍ୱାରା ନେଣଦେଣ କରିପାରିବେ। ଏହା ୟୁଏଇ ବୁଲିବାକୁ ଯାଉଥିବା ଭାରତୀୟ ଓ ସେଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କୁ ବେଶ ସହାୟକ ହେବ।
ୟୁପିଆ ଓ ରୁପେ କାର୍ଡ ସେବାକୁ ଲଞ୍ଚ କରିବା ପୂର୍ବରୁ ଦୁଇ ଦେଶର ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହା ମଧ୍ୟରେ ଡିଜିଟାଲ୍ ଭିତ୍ତିଭୂମି ପ୍ରକଳ୍ପର ବିକାଶ ଓ ଐତିହ୍ୟ ଓ ମ୍ୟୁଜିୟମ ଆଦି କ୍ଷେତ୍ରରେ ସହଯୋଗ ପାଇଁ ଚୁକ୍ତି ରହିଛି।
ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ବୈଦେଶିକ ସଚିବ ବିନୟ କୱାତ୍ରା ପ୍ରମୁଖ ମୋଦିଙ୍କ ସହ ଦୁଇ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି।
ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆବୁଧାବିରେ ନିର୍ମିତ ହୋଇଥିବା ରାମ ମନ୍ଦିରର ଉଦ୍‌ଘାଟନ କରିବେ। ଏହାବାଦ ସେ ଜାଏଡ୍ ସ୍ପୋର୍ଟସ ସିଟିରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Share