ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତର ପ୍ରତିବାଦ ସ୍ଥଳରୁ ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ନିଜ ସମର୍ଥକମାନଙ୍କ ଉଦ୍ଦେଶ୍ୟରେ ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ଆସନ୍ତାକାଲି (ସୋମବାର) ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଆୟୋଜିତ ହେବାକୁ ଥିବା ପ୍ରସ୍ତାବିତ ସଂସଦ ପଦଯାତ୍ରାକୁ ବ୍ୟାପକ ଭାବେ ସଫଳ କରିବା ପାଇଁ ସେ ଏହି ବାର୍ତ୍ତାରେ ଆହ୍ୱାନ ଦେଇଛନ୍ତି। ତାଙ୍କୁ ପୁଲିସ ପ୍ରଶାସନ ଦ୍ବାରା ଚିକିତ୍ସାଳୟ ସ୍ଥାନାନ୍ତରକୁ ସେ ଏକ ‘ବେଆଇନ ଅଟକ’ ବୋଲି ଅଭିହିତ କରିଛନ୍ତି। ଏହା ସହିତ ସିଜେପିର ଏହି ଆନ୍ଦୋଳନକୁ ସେ ଭୟ ଏବଂ ଅନ୍ୟାୟ ବିରୋଧରେ ଭାରତର ‘ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ’ ଭାବେ ବର୍ଣ୍ଣନା କରିଛନ୍ତି। ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କ ଜରିଆରେ ଏକ କାଗଜରେ ଲିଖିତ ବାର୍ତ୍ତାକୁ ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସାର୍ବଜନୀନ କରିଛନ୍ତି।
ଡାକ୍ତରଖାନାରୁ ସୋନମଙ୍କ ପ୍ରଥମ ବାର୍ତ୍ତା, ପୁଲିସ ଦ୍ବାରା ଚିକିତ୍ସାଳୟ ସ୍ଥାନାନ୍ତରକୁ ‘ବେଆଇନ ଅଟକ’ ଅଭିହିତ କଲେ

