Naveen Pattnaik1 750x430

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପୁଣି ଏକ ବଡ଼ ଘୋଷଣା କରିଛନ୍ତି। ଗତକାଲି ‘ମମତା ଯୋଜନା’ରେ ପରେ ଆଜି କଳାକାର ସହାୟତା ରାଶି ବୃଦ୍ଧି କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ କଳାକାର ସହାୟତା ରାଶି ମାସିକ ୧୨୦୦ରୁ ୨୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଯେଉଁ କଳାକାରମାନଙ୍କର ବୟସ ୮୦ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ସେମାନଙ୍କୁ ୨୫୦୦ ଟଙ୍କା ମିଳିବ ବୋଲି କହିଛନ୍ତି। ଚଳିତ ଫେବ୍ରୁଆରି ୨୦ରୁ ୨୫ ତାରିଖ ଭିତରେ ବର୍ଦ୍ଧିତ ରାଶି ମିଳିବ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ୫୦,୦୦୦ କଳାକାରମାନଙ୍କୁ ଏପର୍ଯ୍ୟନ୍ତ ମାସିକ ୧୨୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ଏହି ଯୋଜନାରେ ୩୦୦୦୦ ନୂଆ କଳାକାର ଯୋଡ଼ି ହେବେ। ଫଳରେ ଧାର୍ଯ୍ୟ ଲକ୍ଷ୍ୟ ୮୦,୦୦୦ରେ ପହଞ୍ଚିବ। କଳାକାରମାନେ ଡିବିଟି ମାଧ୍ୟମରେ ସହାୟତା ରାଶି ପାଇପାରିବେ।

Share