ଗୁୟାନାରେ ନୌକା ଦୁର୍ଘଟଣା, ୧୩୩ ଯାତ୍ରୀଙ୍କ ମଧ୍ୟରୁ ୬୭ ଉଦ୍ଧାର

Boat

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଗୁୟାନା ଦେଶରେ ଏକ ବଡ଼ ନୌକା ଦୁର୍ଘଟଣା ଘଟିଛି । ୧୩୩ ଜଣ ଯାତ୍ରୀ ନେଇ ଯାଉଥିବା ‘ଏମଭି ବାରିମା’ ନାମକ ନୌକା ସମୁଦ୍ରରେ ଓଲଟିଯାଇଛି । ଅଧିକାରୀମାନଙ୍କ କହିବା ଅନୁସାରେ, ୬୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୧୫ ଜଣ ଶିଶୁ ଅଛନ୍ତି । ଅନ୍ୟ ଯାତ୍ରୀମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାମ ଚାଲିଛି । ଏପର୍ଯ୍ୟନ୍ତ କେତେ ଜଣଙ୍କ ମୃତ୍ୟୁ ହୋଇଛି, ସେଥିର ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ନୌକା ରାଜଧାନୀ ଜର୍ଜଟାଉନରୁ ପୋର୍ଟ କାଇଟୁମା ଯାଉଥିଲା । ରାସ୍ତାରେ ପୋମେରୁନ ନଦୀ ନିକଟରେ ଏହା ଓଲଟି ପଡ଼ିଥିଲା ।ଘଟଣାର ସୂଚନା ମିଳିବା ସହିତ ସରକାରୀ ଓ ବେସରକାରୀ ନୌକା ସହାୟତାରେ ଉଦ୍ଧାର କାମ ଆରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସ ନିଜେ ଉଦ୍ଧାର କାର୍ଯ୍ୟର ନଜର ରଖୁଛନ୍ତି ।

ଏହାର କିଛି ଦିନ ପୂର୍ବରୁ ଭିଏତନାମରେ ମଧ୍ୟ ଏକ ନୌକା ଦୁର୍ଘଟଣା ଘଟିଥିଲା । ସେହି ଘଟଣାରେ ୩୬ ଜଣ ନୌକାରେ ଥିଲେ । ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଡଙ୍ଗାଟି ଙ୍ଗୋୟିରୁ ପ୍ରାୟ ୪୦୦ ମିଟର ଦୂରରେ ଓଲଟି ପଡ଼ିଥିଲା, ଯାହା ଫଳରେ ସମସ୍ତ ଯାତ୍ରୀ ସମୁଦ୍ରକୁ ଖସି ପଡ଼ିଥିଲେ। ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ମୋଟ ୩୬ ଜଣ ଥିଲେ, ଯେଉଁଥିରେ ୩୨ ଜଣ ପର୍ଯ୍ୟଟକ ଏବଂ ଚାରି ଜଣ କ୍ରୁ ସଦସ୍ୟ ଥିଲେ। ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

Share