Congress 1709119869

ଆସନ୍ତା ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରିବ ଯୁବ କଂଗ୍ରେସ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ‘ନବୀନ ହଟାଓ ଓଡ଼ିଶା ବଞ୍ଚାଓ’ ଲୋଗ ଉନ୍ମୋଚନ କରି ଏହି ସୂଚନା ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର। ଦୀର୍ଘ ୨୪ ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ନୀତି ଓ ଭାଷ୍ଟାଚାର ବଢି ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି, ରାଜ୍ୟ ସରକାର ଯୁବକମାନଙ୍କ ସହ ପ୍ରତାରଣା କରିଛନ୍ତି। ପ୍ରତିବର୍ଷ ୨ ଲକ୍ଷ ଚାକିରି ଦେବାକୁ ସରକାର କହିଥିବା ବେଳେ ୨୪ ବର୍ଷ ଭିତରେ ୪୮ ଲକ୍ଷ ଯୁବକ ଓ ଯୁବତୀ ରୋଜଗାର କ୍ଷମ ହେବା କଥା। ଦୁଃଖର ବିଷୟ ଦିନକୁ ଦିନ ବେକାରୀ ସଂଖ୍ୟା ବଢ଼ି ଚାଲିଛି। ସେହିଭଳି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ନିର୍ମାଣ କରିଥିଲେ। ଏବେ ସେହି ବାହିନୀ କେଉଁଠାରେ ବୋଲି ପ୍ରଶ୍ନ କରିଛି କଂଗ୍ରେସ। କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଯୁବକମାନଙ୍କୁ ସ୍ୱୟମ ଯୋଜନାରେ ୧ ଲକ୍ଷ ଟଙ୍କା ଋଣ ଦେଉଛନ୍ତି। କିନ୍ତୁ ଯୁବକମାନଙ୍କୁ ଚାକିରି ଦରକାର, ଋଣ ନୁହେଁ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି।

Share