Bsky 650x430

ସମ୍ବଲପୁର (ସିଟି):  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)କୁ ବନ୍ଦ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଷଡଯନ୍ତ୍ର କରୁଛନ୍ତି ବୋଲି ବିଜୁ ଜନତା ଦଳ ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି। ସାରା ଦେଶରେ ବିଏସକେୱାଇ ଏକ ଶ୍ରେଷ୍ଠ ଯୋଜନା। ଏଥିରେ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି। ଅନ୍ୟ କୌଣସି ରାଜ୍ୟରେ ଏଭଳି ସୁବିଧା ନାହିଁ। ତେଣୁ ଏଭଳି ଜନହିତକାରୀ ଯୋଜନା ବନ୍ଦ ପାଇଁ ଦେଉଥିବା ଆହ୍ବାନରୁ ଶ୍ରୀ ପ୍ରଧାନ ନିବୃତ ରହିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।

Share