Deadbody 1703830598

ଭୁବନେଶ୍ବର/ପୁରୀ: ବହୁଚର୍ଚ୍ଚିତ ପୁରୀ ନରେନ୍ଦ୍ର ପୋଖରୀ ନିକଟରେ ଗତ ବୁଧବାର ଦିନ ରାତି ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଆଜି ପୁଣି ୨ ଜଣଙ୍କର ମୃତ୍ୟୁ ଘଟିଛି।ଏଥି ସହିତ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରେସ୍‌ ରିଲିଜ ଜରିଆରେ ସୂଚନା ଦେଇଛନ୍ତି ଏସ୍‌ଆରସି।
ଅନ୍ୟପଟରେ ପୁରୀ ବାଣ ବିସ୍ଫୋରଣ ଘଟଣାରେ ବାଣ ବ୍ୟବସାୟୀଙ୍କୁ ପୁଲିସ ଅଟକ ରଖିଛି। ନିମାପଡ଼ା ଚାରିଛକ ଅଞ୍ଚଳର ଜଣେ ବାଣ ବ୍ୟବସାୟୀ ଅଟକ ଅଛନ୍ତି। ବାଣ ବ୍ୟବସାୟୀକୁ ଅଟକ ରଖି ପୁରୀ ପୁଲିସର ପଚରାଉଚରା କରୁଛି। ଏଯାବତ ବାଣ ବିସ୍ଫୋରଣ ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଲାଣି।

Share