Image 1722233789

ବରଗଡ଼: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ବରଗଡ଼ରେ ରହୁଥିବା ବଦ୍ରିପ୍ରସାଦ ଆପର୍ଟମେଣ୍ଟରେ ମଧ୍ୟ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ତେବେ ଏହି ଆପର୍ଟମେଣ୍ଟରେ ଥିବା ଘର କାହାର ସେ ନେଇ ଅଧିକ ପଚରାଉଚରା କରୁଛି ଟିମ୍। ପୂର୍ବରୁ ରାମଚନ୍ଦ୍ର ମିଶ୍ର ବରଗଡ଼ରେ ଅବକାରୀ ଅଧୀକ୍ଷକ ଦାୟିତ୍ଵରେ ମଧ୍ୟ ରହିଥିବା ନେଇ ସୂଚନା ମିଳିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼, ଭୁବନେଶ୍ୱର, ସୋନପୁର ଓ ବଲାଙ୍ଗିର ଘର ସମେତ୧୦ ଟି ସ୍ଥାନରେ ଚଢ଼ଉ ଚାଲିଛି।

ଏହି ଚଢ଼ଉରେ ୧୦ ଜଣ ଡିଏସପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।

Share