Psgcfow2ezzmt8ytzok4

ସମ୍ବଲପୁର: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ପରଲୋକ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ହୃଦଘାତରେ ସେ ପ୍ରାଣତ୍ୟାଗ କରିଥିବା ଜଣାଯାଇଛି। ଅଶ୍ବିନୀ ଗୁରୁ ୧୯୮୦ରୁ ୧୯୮୫ ଯାଏ ସମ୍ବଲପୁରର ବିଧାୟକ ଥିଲେ। ଏହାଛଡ଼ା ସେ ୨୦୧୮ରୁ ମୃତ୍ୟୁ ଯାଏ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ବ ତୁଲାଇଥିଲେ। ତାଙ୍କ ବିୟୋଗରେ  ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

୧୯୫୪ ମସିହା ଏପ୍ରିଲ ୧ ତାରିଖରେ ସେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ। ତ‌ାଙ୍କ ପତ୍ନୀ ଜଣେ ଶିକ୍ଷୟିତ୍ରୀ। ସେ ନିକଟରେ ଅବସର ଗ୍ରହଣ କରିଥିଲେ। ଅଶ୍ବିନୀ ଗୁରୁଙ୍କର ୨ ଝିଅ ଅବିବାହିତ ଥିବା ଜଣାଯାଇଛି। ରାୟପୁରରେ ଚାକିରି କରୁଥିବା ବଡ଼ ଝିଅ ଆସିବା ପରେ ଅଶ୍ବିନୀ ଗୁରୁଙ୍କ ବ୍ରଜରାଜନଗରରେ ଶେଷ କୃତ୍ୟ ହେବl

Share