ପଞ୍ଜାବ : ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ବସ୍ସି ପଠାଣା ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଛି ଏବଂ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି । ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି ।
ସୂଚନାନୁଯାୟୀ, ଦୁର୍ଘଟଣା ସମୟରେ ବସରେ ୩୦ ରୁ ୪୦ ଯାତ୍ରୀ ଥିଲେ । ବସଟି ଏକ ଇଲେକ୍ଟ୍ରି ଖୁଣ୍ଟ ସହିତ ଧକ୍କା ହୋଇଥିଲା ଏବଂ ପରେ ଓଲଟି ପଡିଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସୁଦ୍ଧା ଜଣାପଡିନାହିଁ । ଦୁର୍ଘଟଣାର କାରଣ ଜାଣିବାକୁ ଏହି ଘଟଣା ଏବେ ତଦନ୍ତାଧୀନ ରହିଛି । ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ଫତେଗଡ଼ ସାହିବ ଏବଂ ବସ୍ସି ପଠାଣାର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।

