ବଙ୍ଗରେ ନିର୍ବାଚନ ତାତି ; ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରେ ଇଡି ରେଡ୍

କୋଲକତା: ଶନିବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଦଳ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ଚଢ଼ାଉ କରିଛି। ସେବା ଆୟୋଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଚଢାଉ କରିଥିବା ସୂଚନା ରହିଛି। ପଶ୍ଚିମବଙ୍ଗରେ…

ଭୁବନେଶ୍ୱରରେ ପହଞ୍ଚିଲା ୫ କେଜିଆ ଗ୍ୟାସ ସିଲିଣ୍ଡର : କରିବାକୁ ପଡ଼ିବନି ପ୍ରି ବୁକିଂ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଛି ୫ କେଜିକିଆ ଗ୍ୟାସ ସିଲିଣ୍ଡର ।  ଭିଭିନ୍ନ ଇଣ୍ଡିଆନ ଅୟଲ ଟାଙ୍କି ରେ ଇଣ୍ଡିଆନ ଗ୍ୟାସ ପକ୍ଷରୁ ଏହି ୫ କେଜିକିଆ ସିଲିଣ୍ଡର ଉପଲବ୍ଧ କରାଯାଇଛି ।  ଏଣିକି ଛାତ୍ରଛାତ୍ରୀ ବା ଯେଉଁମାନେ ଶ୍ରମିକ ଅଛନ୍ତି ,ଯେଉଁମାନେ…

ଶେଷ ହେଲା ବାହାର ରତ୍ନଭଣ୍ଡାରର ଗଣତି ମଣତି, ୧୩ରୁ ଭିତର ରତ୍ନଭଣ୍ଡାରର ହେବ ଗଣତି ମଣତି

ପୁରୀ : ଦ୍ଵିତୀୟ ପର୍ଯ୍ୟାୟର ୪ ଦିନ ଧରି ଚାଲିଥିବା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆଜି ଶେଷ ହୋଇଛି । ସମସ୍ତ ସେବାୟତଙ୍କ ସହଯୋଗରେ  ଏହା ସଂପୂର୍ଣ୍ଣ ହୋଇଛି । ୧୩ ତାରିଖରୁ ତୃତୀୟ ପର୍ଯ୍ୟାୟରେ…

ଡିଏ କୁ ନେଇ ସୁପ୍ରିମ ନିଷ୍ପତ୍ତି: ପେନସନଭୋଗୀଙ୍କୁ ମିଳିବ ବେଶି ଫାଇଦା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଡିଏ ଏବଂ ଡିଆର୍‌ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି କରିବା ସମୟରେ ରାଜ୍ୟ ସରକାର ଚାକିରି କରିଥିବା କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ପାତରଅନ୍ତର କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।…

ପ୍ରଚାର ବେଳେ ବିଜେପି ଟିଏମସି କର୍ମୀ ମୁହାଁମୁହିଁ

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନକୁ ଦିନ ଏତିକି ପାଖେଇ ଆସୁଛି,ସେତିକି ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି। ହୁଗୁଳି ଜିଲ୍ଲାରେ ପ୍ରଚାର ସମୟରେ ଟିଏମସି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭୋଟ୍ ପାଇଁ ଦୁଇ ସପ୍ତାହରୁ କମ୍…

ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ୍‌ ବାଇକ୍ !

ନୂଆଦିଲ୍ଲୀ: ଦିଲ୍ଲୀରେ ଶେଷ ହେବ ପେଟ୍ରୋଲ ଗାଡିର ଯୁଗ। ରାଜଧାନୀ ଦିଲ୍ଲୀରେ ଦୁଇଚକିଆ ପେଟ୍ରୋଲ ଯାନ ଉପରେ ରୋକ୍ ଲାଗିବ। ୨୦୨୮ରୁ ନୂତନ ପେଟ୍ରୋଲ ଦୁଇଚକିଆ ଯାନ ପଞ୍ଜୀକରଣ ବନ୍ଦ ହୋଇପାରେ। ଦିଲ୍ଲୀ ସରକାରଙ୍କ ଇଭି ଡ୍ରାଫ୍ଟ ପଲିସି ଆସିଛି। ପରିବହନ…

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ, ଶାହାଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ ।  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ରଣନୀତିକୁ ଜୋରଦାର କରିଛି।…

ସଂସଦ ପରିସରରେ ଗାଡ଼ିରୁ ଓହ୍ଲାଇ ରାହୁଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସଂସଦ ପରିସରରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ । ଗାଡ଼ିରୁ ଓହ୍ଲାଇ ରାହୁଲ ଗାନ୍ଧୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଓ ରାହୁଲଙ୍କ ମଧ୍ୟରେ କ’ଣ ହେଲା କଥାବାର୍ତ୍ତା ? ନୂଆଦିଲ୍ଲୀରେ ଦୁଇ ପ୍ରମୁଖ…

ବୃନ୍ଦାବନ ଡଙ୍ଗା ବୁଡ଼ିରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କଲେ ମୋଦି

ଉତ୍ତରପ୍ରଦେଶ : ବୃନ୍ଦାବନରେ ଡଙ୍ଗା ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ସେ ସମବେଦନା ଜଣାଇବା ସହ ଆର୍ଥିକ ସହାୟତାର ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାର ଏକ ଭିଡିଓ…

ସଫଳ ହେଲା ଆର୍ଟେମିସ୍-୨ ମିଶନ, ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ

ନୂଆଦିଲ୍ଲୀ : ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ । ସଫଳ ହେଲା ଆର୍ଟେମିସ୍-୨ ଚନ୍ଦ୍ର ଅଭିଯାନ । ୪ ଲକ୍ଷ କିଲୋମିଟର ଦୂରରୁ ଫେରିଲେ ୪ ମହାକାଶଚାରୀ । ୯ ଦିନର ରୋମାଞ୍ଚକର ଯାତ୍ରା ଶେଷ । ଆଜି ଭୋରୁ ପ୍ରଶାନ୍ତ…