Tala Telenga Bazar Durga Medha 3.. E1660835714859

କଟକ : ଦୁର୍ଗତି ନାଶିନୀଙ୍କ ଆବାହନରେ ଚଳଚଂଚଳ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ। ଗତକାଲି ବିଲ୍ୱ ବରଣ ପରେ ଆଜି ପୂଜା ମଣ୍ଡପରେ ମହାମାୟୀଙ୍କ ଚକ୍ଷୁଦାନ ପର୍ବ ରହିଛି। ଆଜି ପୂଜା ମଣ୍ଡପରେ ମାଆ ମହାସପ୍ତମୀ ପୂଜା।
ଆଜି ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାମପ୍ତମୀ ପୂଜା ରହିଛି। ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ। ପୂଜା ପାଇଁ ଭୁବନେଶ୍ୱର, କଟକ ସମତେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ ହୋଇଛି ।
କଟକର ବିଭିନ୍ନ ମଣ୍ଡପରେ ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସଜ୍ଜିତ ହୋଇଛି। ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପରେ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକିମିକି ଆଲୋକମାଳାରେ ଝଲସୁଛି। ନୟାପଲ୍ଲୀ, ସହିଦନଗର, ଝାରପଡା, ରସୁଲଗଡ, ବରମୁଣ୍ଡ, ଷ୍ଟେସନବଜାର ଆଦି ପ୍ରମୁଖ ମଣ୍ଡପରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Share