20241011 133700 750x430

ଭୁବନେଶ୍ଵର: ମଣ୍ଡପେ ବିରାଜମାନ କରିଛି ମାଆ ଦୁର୍ଗା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱରରୁ ପୁରପଲ୍ଲୀର କୋଣ ଅନୁକୋଣ । ଆଜି ଶାରଦୀୟ ଦୁର୍ଗାପୂଜାରେ ପୀଠରେ ମହାନବମୀ ଚାଲିଥିବା ବେଳେ ମଣ୍ଡପମାନଙ୍କରେ ମୁଣ୍ମୟୀ ଦେବୀ ପ୍ରତିମାଙ୍କର ମହାଷ୍ଟମୀ ଚାଲିଛି । ବେଦମନ୍ତ୍ରରେ ପ୍ରକମ୍ପିତ ହେଇଛି ପୂଜା ମଣ୍ଡପ।

ସେପଟେ ମାଆଙ୍କ ଆଗମନରେ ରାଜଧାନୀ ନଛି ଉଠିଥିବା ବେଳେ ଚାଳକଙ୍କୁ ଅଟକାଇ ଦେଉଛି ମନଲୋଭା ତୋରଣ। ଭାରତୀୟ କଳା ସଂସ୍କୃତି କାରୀଗରଙ୍କ ନିହାଣ ମୁନରେ ଝଲସୁଛି। ସମସ୍ତ ତୋରଣ ଅତ୍ୟନ୍ତ ଆକର୍ଷକ ହୋଇଥିବା ବେଳେ ଏଥର କିନ୍ତୁ ଅଧିକ ମନମୋହୁଛି ଭୁବନେଶ୍ୱର ଡମଣା ପୂଜା କମିଟିର ସୁନ୍ଦର ତୋରଣ।

ଚଳିତ ଥର ଡମଣା ପୂଜା କମିଟି ପ୍ରତିଫଳିତ କରିଛି ଦୁବାଇର ମିରାକଲ୍ ଗାର୍ଡେନ । ଦୁବାଇର ମିରାକଲ ଗାର୍ଡେନ ପୃଥିବୀର ସବୁଠାରୁ ବଡ଼ ଫୁଲ ବଗିଚା । ମିରାକଲ ଗାର୍ଡେନରେ ପାଖାପାଖି ଅଧା କୋଟିରୁ ଅଧିକ ଫୁଲ ଥିବାବେଳେ ଏହାର ନିଚ୍ଛକ ଛବିଟିକୁ ଅତି ସୁନ୍ଦର ଭାବେ ପ୍ରତିଫଳିତ କରିଛି ଦାମ ପୂଜା କମିଟି। ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ପକ୍ଷରୁ ଏଭଳି ତୋରଣ ତିଆରି କରିଛନ୍ତି କଲିକତାରୁ ଆସିଥିବା ପ୍ରାୟ ୨୨ ଜଣ କାରିଗର। ତେବେ ଏହି ଆକର୍ଷଣୀୟ ତୋରଣ ପ୍ରସ୍ତୁତିରେ ପାଖାପାଖି ୨୨ ୨୩ ଲକ୍ଷ ଟଙ୍କାରେ ଖର୍ଚ୍ଚ ହୋଇଥିବା ବେଳେ ଏହା ରାଜଧାନୀବାସୀ ଓ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଛି।

Share