Screenshot 2025 04 25 110051 750

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ପୁଣି ଥରେ ଛାନଭିନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଗୋପାଳ ଦାସ ପରିବାରକୁ କ୍ରାଇମବ୍ରାଞ୍ଚର ପଚରାଉଚରା। ଗୋପାଳର ବଡ଼ ଭାଇ ସହ ପୁତୁରାକୁ ଗତକାଲି ଟାଉନ ଥାନାରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ଗୋପାଳଙ୍କ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଦୁଇଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି ଏବଂ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଗୋପାଳଙ୍କ ଭାଇଙ୍କ ସତ୍ୟ ନାରାୟଣ ବୋଲି ଜଣାପଡିଥିବା ବେଳେ ସେ ଝାରସୁଗୁଡାରେ ହୋଟେଲ୍ କରିଥିଲେ। ଗୋପାଳଙ୍କ ଭାଇ ସତ୍ୟ ନାରାୟଣଙ୍କୁ ବ୍ରହ୍ମପୁର ଟାଉନ ଥାନାକୁ ଡାକି ପଚରାଉଚରା କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି। ତେବେ ସତ୍ୟନାରାୟଣ ଝାରସୁଗୁଡ଼ାରେ ହୋଟେଲ କରିଥିଲେ।

କିନ୍ତୁ ହତ୍ୟାକାଣ୍ଡ ପୂର୍ବରୁ ସେ ହୋଟେଲ ବନ୍ଦ କରିବା ସହ ଝାରସୁଗୁଡ଼ା ଛାଡ଼ିଦେଇଥିଲେ। ତେଣୁ ସତ୍ୟନାରାୟଣ ଏହି ହତ୍ୟାକାଣ୍ଡ ବାବଦରେ ପୂର୍ବରୁ ଖବର ପାଇଥିଲେ ବୋଲି ସନ୍ଦେହ କରାଯାଉଛି। ସେନେଇ ତାଙ୍କୁ ଘନଘନ ଜେରା କରାଯାଇଛି। ସେହିପରି ଗୋପାଳଙ୍କ ପୁତୁରା ପ୍ରଦୀପ ଦାସ ଏବଂ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି। ତେଣୁ ତଦନ୍ତକାରୀ ଟିମ୍ ଏବେ ସେ ସବୁ ଦିଗକୁ ନେଇ ପୁଣି ଥରେ ପଚରାଉଚରା କରୁଛି।

Share