45d85t0o putin modi india afp 625x300 06 December

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରୁଷ୍ ଗସ୍ତ ବାତିଲ କରିଛନ୍ତି। ମେ’ ୯ ତାରିଖରେ ପ୍ରଧାନମନ୍ତ୍ରୀ ମସ୍କୋରେ ହେବାକୁ ଥିବା ବିଜୟ ଦିବସ ପରେଡ୍‌ରେ ସାମିଲ ହେବେନାହିଁ। ବିଜୟ ଦିବସ ପରେଡ୍‌ରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣ କରିଥିଲା ରୁଷ୍‌।
କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ବୁଧବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ମାସରେ ମସ୍କୋରେ ଆୟୋଜିତ ହେବାକୁ ଥିବା ବିଜୟ ଦିବସର ୮୦ତମ ବାର୍ଷିକୀ ସମାରୋହରେ ଯୋଗ ଦେବେ ନାହିଁ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମେ’ ୯ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଥାନରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିନିଧିତ୍ଵ କରିପାରନ୍ତି।

Share